ସେ କହିଥିଲେ ଯେ, ମୁଁ ଜାଣିବାକୁ ପାଇଲି ବାଲିଯାତ୍ରାର ଐତିହାସିକ ସ୍ମୃତିକୁ ଉଜିବିତ ରଖି ବନ୍ଦର କର୍ତ୍ତୃପକ୍ଷ ପ୍ରତିବର୍ଷ ଜାଭା, ସୁମାତ୍ରା , ବାଲି ଆଦି ବିପୁଳ ବିମୁଖେ ସାଧବମାନଙ୍କର ପ୍ରତିକାତ୍ମକ ନୌଯାତ୍ରା ଆୟୋଜନ କରିଆସୁଛନ୍ତି। ଆଜି ଏହି ପ୍ରତିକାତ୍ମକ ଯାତ୍ରାର ଶୁଭାରମ୍ଭ କରି ମୁଁ ବେଶ ଖୁସି। ବିଶେଷ କରି ସାଧବ ବେଶରେ ବନ୍ଦରକୁ କର୍ମଚାରୀମାନଙ୍କୁ ଏବଂ ସାଧବାଣୀ ବେଶରେ ଛାତ୍ରଛାତ୍ରୀମାନଙ୍କୁ ଦେଖି ଅତିତମନସ୍କ ହୋଇପଡିଲି। ଆଜି ସାରା ଓଡିଶାର ପୁରପଲ୍ଲୀରେ ନଦୀ, ପୋଖରୀ ଏବଂ ସମୁଦ୍ରରେ ଆମ ପ୍ରିୟ ଭାଇଭଉଣୀମାନେ ଡଙ୍ଗା ଭସାଇସାରିଥିବେ ସକାଳୁ ଉଠି।
ଭାରତର ବିଭିନ୍ନ ଅଞ୍ଚଳରେ ଦେଶରେ ରହୁଥିବା ଓଡିଆ ଭାଇଭଉଣୀମାନେ ଡଙ୍ଗା ଭସା ପର୍ବରେ ସାମିଲ ହୋଇସାରିଥିବେ। ମୁଁ ଅନେକ ଥର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସକାଳୁ ସକାଳୁ ଡଙ୍ଗା ଭସାଇ ସାରିଛି। ଆଜି ଏଠାରେ ସେସବୁ ମୋର ମନେ ପଡିଯାଉଛି। ଓଡିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ ବୋଲି ସମସ୍ତେ ଜାଣନ୍ତି। ଏକ ଗୌରବମୟ ଅତୀତର ସ୍ମୃତିରେ ପାଳନ କରାଯାଉଥିବା ବାଲିଯାତ୍ରା ଏକ ନିଆରା ପର୍ବ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଅଧିକ ପଢ଼ନ୍ତୁ ଓଡିଶା ଖବର: