24 ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ଲଗାତାର ଦ୍ଵିତୀୟ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାର୍ଚ୍ଚ 5 ତାରିଖରେ ଯାଜପୁର ଜିଲ୍ଲା ଚଣ୍ଡୀଖୋଲରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ଏକ ବିଶାଳ ଜନସଭାରେ ଦଳୀୟ କର୍ମକର୍ତ୍ତା ଏବଂ ଓଡିଶାବାସୀଙ୍କୁ ସମ୍ବୋଧିତ କରିବେ ମୋଦି । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ରାଜ୍ୟ ବିଜେପି ଶିବିରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।
24 ନିର୍ବାଚନର ଏନଡିଏର 400 ପାର ନେଇ ମୋଦିଙ୍କ ଲକ୍ଷ୍ୟ ହାସଲ ଦିଗରେ ବିଜେପି ପ୍ରସ୍ତୁତ କରିଛି ରଣନୀତି । ଏହା ମଧ୍ୟରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଜନମତ ସର୍ଭେ ଏନଡିଏର 400 ପାର ଲକ୍ଷ୍ୟ ପୂରଣ ନେଇ ମିଳିଛି ସ୍ପଷ୍ଟ ସଂକେତ। ମୋଦି ସରକାରଙ୍କ ସପକ୍ଷରେ ଦେଶର ରହିଛି ଅନୁକୂଳ ସ୍ଥିତି । ଏପରିକି ଏଥର ଓଡ଼ିଶାରେ ଦେଖିବାକୁ ମିଳିବ ମୋଦି ସୁନାମୀ । ବିଜେପିର ଭୋଟ୍ ହାର ୪୮ ପ୍ରତିଶତ ପହଞ୍ଚି ପାରେ ବୋଲି ଆକଳନ କରିଛନ୍ତି । ଜଣାଶୁଣା ସେଫୋଲୋଜିଷ୍ଟ ତଥା ଜନ୍ କି ବାତ୍ର ମୁଖ୍ୟ ପ୍ରଦୀପ ଭଣ୍ଡାରୀ ।
ଏନଡିଏ ମେଣ୍ଟ 400 ପାର୍ କରିବା ସହ ବିଜେପି ଏକାକୀ 370 ଲୋକସଭା ସିଟ ଜିତିବା ପାଇଁ ଲକ୍ଷ୍ୟ ରଖିଛି । ବୁଥ ଚାଲ ଅଭିଯାନ, ଗାଁ ଚାଲ ଅଭିଯାନ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ପାଖକୁ ଯାଇ ମୋଦି ଗ୍ୟାରେଣ୍ଟିର ପହଞ୍ଚାଉଛି ଦଳ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର