ଅଧିକ ପଢନ୍ତୁ : ଗାଡି ଧକ୍କାରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ
ଅଭିଯୁକ୍ତ ପୁଅ ହେଉଛନ୍ତି କିଟ୍ ଲ କଲେଜର ପ୍ରଫେସର ଅନିରୁଦ୍ଧ ଚୌଧୁରୀ । ପାରିବାରିକ କଳହରୁ ବାପାକୁ ପୁଅ ଛୁରୀ ଭୁସି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ।
ଭୁବନେଶ୍ବର : ରାଜଧାନୀରେ ଚାଞ୍ଚଲ୍ୟ । ବାପାକୁ ଛୁରୀ ଭୁସି ହତ୍ୟା କଲା ପ୍ରଫେସର ପୁଅ । ମଞ୍ଚେଶ୍ବର ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ବିଭତ୍ସ ହତ୍ୟା । ମୃତଦେହ ଜବତ କରି ଛାନଭିନ୍ ଆରମ୍ଭ କରିଛି ମଞ୍ଚେଶ୍ବର ଥାନା ପୋଲିସ । ଅଭିଯୁକ୍ତ ପୁଅକୁ ଅଟକ । ମୃତକ ହେଲେ ସୁନୀଲ ଚୌଧୁରୀ ।
ଅଧିକ ପଢନ୍ତୁ : ଗାଡି ଧକ୍କାରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ
ଅଭିଯୁକ୍ତ ପୁଅ ହେଉଛନ୍ତି କିଟ୍ ଲ କଲେଜର ପ୍ରଫେସର ଅନିରୁଦ୍ଧ ଚୌଧୁରୀ । ପାରିବାରିକ କଳହରୁ ବାପାକୁ ପୁଅ ଛୁରୀ ଭୁସି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ।
ଅର୍ଗସ ବ୍ୟୁରୋ: ଆସନ୍ତା 22 ତାରିଖରେ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଧନ୍ୟବାଦ ପ୍ରସ୍ତାବ। 23 ତାରିଖରେ ରହିଛି ଉପ ବାଚସ୍ପତି ନିର୍ବାଚନ ସଂପର୍କିତ ଘୋଷଣା ଏବଂ 24 ତାରିଖରେ ରହିଛି ବିଧାନସଭା ଉପ ବାଚସ୍ପତିଙ୍କ ନିର୍ବାଚନ। ସେହିପରି 25 ତାରିଖରେ 2024-25 ମସିହା ପାଇଁ ହେବ ବଜେଟ ଉପସ୍ଥାପନ। 29 ଓ 30 ଦୁଇ ଦିନ ବଜେଟ ଉପରେ ହେବ ସାଧାରଣ ଆଲୋଚନା। ସେପ୍ଟେମ୍ବର 13 ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ଚାଲିବା ନେଇ ସୂଚନା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ଓଡ଼ିଶା ଗସ୍ତର ଦ୍ବିତୀୟ ଦିନ। ବିଭିନ୍ନ ଶକ୍ତିପୀଠକୁ ଦର୍ଶନ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଜି ଅନୁଗୋଳ ବୁଢୀ ଠାକୁରାଣୀ ,କନକ ଦୁର୍ଗା,ଛେଣ୍ଡିପଦାର ମା ଡାକେଶ୍ବରୀ ,ପାତ୍ରପଡ଼ାର ମା ବାୟାଣୀ ,ତାଳଚେରର ମା ହିଙ୍ଗୁଳାଙ୍କ ପୀଠକୁ ଯିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏହାପରେ ସଂଧ୍ୟାରେ ଭୁବନେଶ୍ବର ଜୟଦେବ ଭବନରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 96ତମ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ସାମିଲ୍ ହେବେ। ରାତିରେ ପୁରୀ ଗସ୍ତ କରି ରାତ୍ରୀଯାପନ କରିବେ କେନ୍ଦ୍ରମନ୍ତ୍ରୀ।
ରାତି ପାହିଲେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ସଭିଏଁ ପ୍ରସ୍ତୁତ। ତେବେ ଆଜି ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବାପରେ ରଥଖଳାକୁ ଆଜ୍ଞାମାଳ ବିଜେ ହେବ। ୩ ରଥର ପୂଜାପଣ୍ତା ସାମନ୍ତଙ୍କ ଦ୍ୱାରା ରଥ ଆଜ୍ଞାମାଳ ବିଜେ ପରେ ଆରମ୍ଭ ହେବ ରଥଟଣା। ରଥଖଳାରୁ ସିଂହଦ୍ୱାରକୁ ପୋଲିସ ଅଧିକାରୀ ଓ ଭକ୍ତମାନେ ଟାଣି ନେଇଯିବେ ତିନିରଥକୁ। ରଥଯାତ୍ରାରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ଆଜି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସ୍ବତନ୍ତ୍ର ବିମାନ ଯୋଗେ ଆସି ସଂଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ କରିବେ ଅବତରଣ । ଏହାପରେ ଜୟଦେବ ଭବନରେ ସମ୍ବାଦ ପକ୍ଷରୁ ଆୟୋଜିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର 96ତମ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ସାମିଲ୍ ହେବେ। କାର୍ଯ୍ୟକ୍ରମ ପରେ ରାଜଭବନ ଯାଇ ରାତ୍ରୀଯାପନ କରିବେ ମହାମହିମ। ଆସନ୍ତାକାଲି ପୁରୀ ଗସ୍ତ କରି ରଥଯାତ୍ରାରେ ସାମିଲ ହେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: