ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ କେରଳ ସହପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ଏହାସହ ସାଂସଦ ସମ୍ବିତ ପାତ୍ର ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସଂଯୋଜକ ନିଯୁକ୍ତ ହୋଇଛନ୍ତି ।
ଭୁବନେଶ୍ୱର: ବିଜୟପାଲ ସିଂ ତୋମାର ଓଡ଼ିଶା ପ୍ରଭାରୀ । ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ବିଜେପି । ବିଜୟପାଲ ସିଂ ତୋମାରଙ୍କୁ ଓଡ଼ିଶାର ପ୍ରଭାରୀ ଦାୟିତ୍ବ ଦିଆଯାଇଛି । ଲତା ଉସେଣ୍ଡିଙ୍କୁ ଓଡ଼ିଶାର ସହପ୍ରଭାରୀ ଦାୟିତ୍ବ ଦିଆଯାଇଛି ।
ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ କେରଳ ସହପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ଏହାସହ ସାଂସଦ ସମ୍ବିତ ପାତ୍ର ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସଂଯୋଜକ ନିଯୁକ୍ତ ହୋଇଛନ୍ତି ।
ଅର୍ଗସ ବ୍ୟୁରୋ: ଟି-୨୦ କ୍ରିକେଟ ବିଶ୍ବକପ ବିଜେତା ଭାରତୀୟ ଦଳକୁ ମାଳଦ୍ବୀପ ଆମନ୍ତ୍ରଣ କରାଯାଇଛି। ଭାରତର ବିଶ୍ବକପ ବିଜୟକୁ ସେଲିବ୍ରେଟ କରିବାପାଇଁ ମାଳଦ୍ବୀପର ପର୍ଯ୍ୟଟନ ବିଭାଗ ଓ ମାର୍କେଟିଂ ଆଣ୍ଡ ପବ୍ଲିକ ରିଲେଶନ କର୍ପୋରେଶନ ପକ୍ଷରୁ ନିମନ୍ତ୍ରଣ ମିଳିଛି।
ଜୁନ ୨୯ ତାରିଖରେ ବାର୍ବାଡୋସରେ ଖେଳାଯାଇଥିବା ଫାଇନାଲରେ ରୋହିତ ଶର୍ମାଙ୍କ ଦଳ ଦକ୍ଷିଣ ଆଫ୍ରିକାକୁ ୭ରନରେ ହରାଇ ବିଶ୍ବ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଭାରତୀୟ ଦଳକୁ ଦିଲ୍ଲୀ ଓ ମୁମ୍ବାଇରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମୁମ୍ବାଇରେ ଅନୁଷ୍ଠିତ ବିଜୟ ପରେଡରେ ଲକ୍ଷାଧିକ ଲୋକ ଭାଗ ନେଇଥିଲେ।
ମାଲଡିଭସ ମାର୍କେଟିଂ ଆଣ୍ଡ ପବ୍ଲିକ ରିଲେସନ୍ସ କର୍ପୋରେଶନ ଓ ମାଲଡିଭସ ଆସୋସିଏଶନ ଅଫ ଟୁରିଜିମ ଇଣ୍ଡଷ୍ଟ୍ରି (ଏମଏଟିଆଇ) ପକ୍ଷରୁ ମିଳିତ ଭାବେ ଭାରତୀୟ କ୍ରିକେଟ ଦଳକୁ ଏହି ନିମନ୍ତ୍ରଣ କରାଯାଇଛି। ତେବେ ଭାରତୀୟ ଖେଳାଳିମାନେ ବର୍ତ୍ତମାନ ବିଶ୍ରାମ ନେଉଥିବାବେଳେ ଜୁଲାଇ ୨୭ ତାରିଖରେ ଶ୍ରୀଲଙ୍କା ସିରିଜ ପାଇଁ ଅକ୍ସନରେ ନଜର ଆସିବେ। ଏହି ସିରିଜରେ ଭାରତ ୩ଟି ଲେଖାଏ ଦିନିକିଆ ଓ ଟି-୨୦ ମ୍ୟାଚ ଖେଳିବ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଅର୍ଗସ ବ୍ୟୁରୋ: ସଂଗଠନ ଉପରେ ଅଧିକ ଗୁରୁତ୍ୱ ଦେଉଛି ବିଜେପି। ରାଜ୍ୟରେ ସରକାର ଗଠନ କରିବା ପରେ ବିଜେପି ପ୍ରଥମ କାର୍ଯ୍ୟକାରିଣୀ ବୈଠକ କରିବାକୁ ଯାଉଛି । ପୁରୀରେ ଆସନ୍ତା ୧୯ ଓ ୨୦ ତାରିଖରେ କାର୍ଯ୍ୟକାରିଣୀ ହେବା ନେଇ ସୂଚନା ମିଳିଛି । ଏଥିରେ ରାଜ୍ୟ ବିଜେପିର ପଦାଧିକାରୀମାନେ ସାମିଲ ହେବେ।
ଏମାନଙ୍କ ସହ ମଣ୍ଡଳ ସ୍ତରୀୟ ନେତା ମଧ୍ୟ ଉପସ୍ଥିତ ରହିବେ ।
ଦୁଇ ଦିନିଆ ବୈଠକରେ ସଂଗଠନକୁ ସୁଦୃଢ଼ କରିବା ସହ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ରଣନୀତି ପ୍ରସ୍ତୁତ ହେବ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି। ଏହି କାର୍ଯ୍ୟକାରିଣୀରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ସାମିଲ ହେବାର ଅଛି ।
ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଶାସକ ଦଳ ଭାବେ ଆଗାମୀ ଦିନରେ କେଉଁ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନିଆଯିବ, ସେ ନେଇ ଚିଠା ପ୍ରସ୍ତାବ ପାରିତ ହେବା ନେଇ ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଟି-୨୦ ବିଶ୍ବକପ ୨୦୨୪ରେ ନିରାଶ ଜନକ ପ୍ରଦର୍ଶନ ପରେ ଶ୍ରୀଲଙ୍କାର ମୁଖ୍ୟ କୋଚ କ୍ରିସ ସିଲଭରଉଡ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନ ନେବାକୁ ଯାଉଛନ୍ତି। ଶ୍ରୀଲଙ୍କାର ପୂର୍ବତନ ଓପନିଂ ବ୍ୟାଟର ସନଥ ଜୟସୁରିୟା। ଶ୍ରୀଲଙ୍କା କ୍ରିକେଟ ଦଳର ମୁଖ୍ୟ କୋଚ ଭାବେ ଭାରତ ବିପକ୍ଷ ସିରିଜରୁ ନିଜର ଅଭିଯାନ ଆରମ୍ଭ କରିପାରନ୍ତି।
ଜୟସୁରିଆ ସୋମବାର ଏହାର ସୂଚନା ଦେଇ କହିଛନ୍ତି ଯେ, ସେ ଶ୍ରୀଲଙ୍କା କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ହେବାକୁ ଯାଉଛନ୍ତି। ଟି-୨୦ ଲଙ୍କା ପ୍ରିମିୟର ଲିଗ ଜୁଲାଇ ୨୧ରେ ସମାପ୍ତ ହେବାପରେ ଜୟସୁରିୟା ଶ୍ରୀଲଙ୍କା କ୍ରିକେଟ ଦଳର ମୁଖ୍ୟ କୋଚ ଦାୟିତ୍ବ ଗ୍ରହଣ କରିବେ। ତେବେ ତାଙ୍କର କୋଚିଂ ଦାୟିତ୍ବ ସ୍ବଳ୍ପ ସମୟ ରହିଛି।
ଜୟସୁରିୟା ଏଏଫପି ସହ ଆଲୋଚନା ବେଳେ କହିଛନ୍ତି ମୋତେ ଶ୍ରୀଲଙ୍କା କ୍ରିକେଟ ଦଳ ମୁଖ୍ୟ କୋଚ ଦାୟିତ୍ବ ଗ୍ରହଣ କରିବାକୁ କୁହାଯାଇଛି। ଏହା ମୋ ପାଇଁ ଖୁସିର ବିଷୟ। ଟେଷ୍ଟ ଓ ଦିନିକିଆ ଫର୍ମାଟରେ ଶ୍ରୀଲଙ୍କାର ଅଧିନାୟକତ୍ବ କରିଥିବା ଜୟସୁରିୟା ଜାତୀୟ ଚୟନକର୍ତ୍ତା ମଧ୍ୟ ରହି ସାରିଛନ୍ତି। ଆଗାମୀ ମାସରେ ଭାରତୀୟ ଦଳର ଶ୍ରୀଲଙ୍କା ଗସ୍ତ ରହିଛି। ତେଣୁ ଜୟସୁରିୟା କୋଚ ଭାବେ ଏହା ପ୍ରଥମ ସିରିଜ ହୋଇପାରେ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର