ଓଡ଼ିଶାର ୫ଟି ବ୍ଳକର ୩ ହଜାର ବର୍ଗ କିଲୋମିଟର ଅଞ୍ଚଳରେ ସର୍ଭେ ହୋଇଥିବା ବେଳେ ଗୋପ ବ୍ଲକରେ ମିଳିଛି ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ । ତେବେ ମାଟି ତଳେ କେତେ ପରିମାଣର ପ୍ରାକୃତିକ ସମ୍ପଦ ରହିଛି ତାହା ଖନନ ପରେ ସ୍ପଷ୍ଟ ହେବ । ପେଟ୍ରୋଲ ବାହାରିଲେ କେବଳ କୁଶୁପୁର ନୁହେଁ ପୁରା ଜିଲ୍ଲାର ବିକାଶ ସହ ସୃଷ୍ଟ ହେବ ଅନେକ ନିଯୁକ୍ତି । ଲୋକଙ୍କ ଜୀବନ ଧାରଣ ମାନରେ ଆସି ବଡ଼ ପରିବର୍ତ୍ତନ । ଯାହାକୁ ନେଇ ବେଶ ଖୁସି କୁଶୁପୁରବାସୀ । ପେଟ୍ରୋଲ ସନ୍ଧାନ ପାଇଁ ମେସିନ ପହଞ୍ଚିଥିବା ବେଳେ ଏବେ ଅପେକ୍ଷା କେବେ ମିଳୁଛି ଖୁସି ଖବର । କେବେ ପ୍ରାକୃତିକ ସମ୍ପଦର ସନ୍ଧାନ କରିବାରେ ସଫଳ ହେଉଛି ଅଏଲ ଇଣ୍ଡିଆ ।