ବହୁ ବାଦ-ବିବାଦ ଓ ବିତର୍କ ପରେ ଐତିହ୍ୟର ମୁକ ସାଖୀ ଭଗ୍ନ ସିଂହକୁ ନେବା ପାଇଁ ପ୍ରକଳ୍ପ ସ୍ଥାନରେ ପହଁଞ୍ଚିଥିଲା ଏଏସଆଇ ଟିମ। ଦୁଇଟି ସିଂହ ମୂର୍ତ୍ତିରୁ ଗୋଟିଏ ଥିଲା ଅଧା। ବାକି ଅଧା ଅଂଶ କୁଆଡେ ଗଲା ବୋଲି ପ୍ରଶ୍ନ କରିବା ସହ ଏହାକୁ ଏମାର ମଠରେ ସଂରକ୍ଷିତ କରିବା ଦାବିରେ ଏମିତି ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ ଶ୍ରୀ ଜଗନ୍ନାଥ ଭକ୍ତ ପରିଷଦର ଆବାହକ ସୂର୍ଯ୍ୟ ମିଶ୍ର।
ଏମାର ମଠ ପରିସରରେ ଖୋଳା ଯାଇଥିବା ସ୍ଥାନରେ ଆହୁରି କିର୍ତ୍ତୀରାଜି ଥିବାର ଦାବି କରି ଜିପିଆରଏସ ଷ୍ଟଡି ପାଇଁ ଅଡିବସିଥିଲେ ସୂର୍ଯ୍ୟ। ଶେଷରେ ସରକାରୀ କାମରେ ବାଧା ସୃଷ୍ଟି ଅଭିଯୋଗରେ ତାଙ୍କୁ ପୋଲିସ ଉଠାଇ ନେଇଥିଲା। ଗଙ୍ଗବଂଶ ସମୟର ଏହି ଭଗ୍ନ ସିଂହକୁ ସାଙ୍ଗରେ ନେଇଥିଲା ଏଏସଆଇ।
ଏପଟେ ସଂସଦରେ ୪ ଟଏଲଟ ଥିଓରୀ ରଖିଥିବା ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ଜିପିଆର ଯୁକ୍ତି ପୁଣି ଏକ ବିବାଦ ଠିଆ କରିଛି। ପିନାକୀ କହିଛନ୍ତି ଜିପିଆରଏସ ଷ୍ଟଡି ହୋଇଛି, କିଛି ଲୋକ ନିଜ ସ୍ବାର୍ଥ ଓ ଲୋଭ ପାଇଁ ପ୍ରକଳ୍ପକୁ ବିରୋଧ କରୁଛନ୍ତି। ତେବେ ପିନାକୀଙ୍କ ଏହି ମନ୍ତବ୍ୟ ବିରୋଧରେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଐତିହ୍ୟ ଗବେଷକ, ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ଓ ଶ୍ରୀଜଗନ୍ନାଥ ସେନା।
ପରିକ୍ରମା ପ୍ରକଳ୍ପରେ କେବଳ ୪ଟି ଟଏଲଟ ହେଉଛି ବୋଲି ସଂସଦରେ କହିଥିଲେ ବିଜେଡି ସାଂସଦ ପିନାକୀ ମିଶ୍ର। ଏବେ ପୁଣି ପିନାକୀ କହୁଛନ୍ତି ପ୍ରକଳ୍ପ ପାଇଁ ଜିପିଆରସ ଷ୍ଟଡି ହୋଇଛି। ମୁଳୁଦୁଆ ପାଇଁ ଏଠାରେ ହୋଇଥିଲା କି ଜିପିଆରସ ଷ୍ଟଡି ? ତେବେ ୩୨ ଏମଏମ ଲୁହାଛଡ ଓ ୨୦ ଫୁଟର ଗାତ ହିଁ କହୁଛି ଏଠି ବହୁତଳ ପ୍ରାସାଦ ପାଇଁ ପଡିଥିଲା ମୁଳୁଦୁଆ। ତେବେ ହାଇକୋର୍ଟରେ ସତ୍ୟପାଠରେ ଏଏସଆଇ ସ୍ପଷ୍ଟ କରିଛି ପ୍ରକଳ୍ପ ସ୍ଥାନର ଜିପିଆରଏସ ଷ୍ଟଡି ହୋଇନି। ଏବେ ପ୍ରଶ୍ନ କିଏ ସତ କହୁଛି ?
ଆହୁରି ଅଧିକ ଓଡିଶାର ଅନ୍ଯାନ୍ଯ ତାଜା ଖବର ପଢ଼ନ୍ତୁ...