ଆସନ୍ତା ମେ 15 ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରର ଦର୍ଶନ ବନ୍ଦ ପାଇଁ ନିଷ୍ପତି ନିଆଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ କାଲିଠାରୁ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପ୍ରସ୍ତୁତ ନୂଆ sop କୁ ଲାଗୁ କରାଯାଇଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ 70 ଜଣ ଶ୍ରୀମନ୍ଦିର ସହ ଜଡିତ ସେବାୟତ, ଶ୍ରୀମନ୍ଦିର କର୍ମଚାରୀ କୋଭିଡ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି l ଆଜି ସପ୍ତାହନ୍ତ ସଟ୍ ଡାଉନ ଯୋଗୁଁ ସହର ସାରା କଟକଣା କଡାକଡି ଲାଗୁ କରାଯାଇଛି l ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ପେଟ୍ରୋଲିଙ୍ଗ ଓ ଚେକିଂ ମଧ୍ୟ ଜାରିରହିଛି l