ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଦୁଃଖ ଦେଉଛି ରାମିଆଳ ନଦୀ । ଢେଙ୍କାନାଳ କାମାକ୍ଷାନଗର ବ୍ଲକ କାନପୁରା ପଞ୍ଚାୟତର କରଡାବଣି, କଳାମାଟି, ବେତକୁଲି ସାହିର ଲୋକଙ୍କ ପାଇଁ ଅଭିଶାପ ପଲଟିଛି ଏହି ନଦୀ । ନଦୀରେ ବ୍ରିଜ ନଥିବାରୁ ଉଛୁଳା ନଦୀ ପାର ହେଉଛନ୍ତି ଲୋକେ । ଅନେକ ସମୟରେ ନଦୀରେ ବୁଡି ଲୋକଙ୍କ ଜୀବନ ମଧ୍ୟ ଯାଉଛି । ତୁରନ୍ତ ରାମିଆଳ ନଦୀ ଉପରେ ଏକ ବ୍ରିଜ ନିର୍ମାଣ କରାଗଲେ ଲୋକଙ୍କ ଦୂର୍ଦ୍ଦଶା ଦୂର ହୋଇପାରନ୍ତା । ଗତ ୨୫ ବର୍ଷର ବିଜେଡି ସରକାରରେ ଆଦିବାସୀ ମାନେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ୍ ସେଥି ପ୍ରତି କେହି ଗୁରୁତ୍ବ ଦେଇ ନଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: