କଥାରେ ଅଛି ଗାଁର ବିକାଶ ହେଲେ ଜିଲ୍ଲାର ବିକାଶ ହେବ । ଜିଲ୍ଲାର ବିକାଶ ହେଲେ ରାଜ୍ୟର ବିକାଶ ହେବ । ଆଉ ରାଜ୍ୟର ବିକାଶ ହେଲେ ଦେଶର ବିକାଶ ହେବ । କିନ୍ତୁ ୨୩ ବର୍ଷର ନବୀନ ସରକାର ରାଜ୍ୟର ବିକାଶ ନୁହେଁ ବୋଧହୁଏ ବିନାଶ ପାଇଁ କାମ କରୁଛନ୍ତି । ଆପଣଙ୍କର ମନେଥିବ ନିଶ୍ଚୟ ପିଏମଶ୍ରୀ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହେଲେ ଆଜିଯାଏଁ ଆଲୋଚନା ଚାଲିଛି କହିକହି ଯୋଜନାକୁ ଲାଗୁ କଲେ ନାହିଁ । ଫାଇଭ-ଟିକୁ ଭରସା କରି ରାଜ୍ୟ ସରକାର ଯେମିତି ଭାବରେ ବିକାଶର ଡିଣ୍ଡିମ ପିଟୁଛନ୍ତି ତାହା ବାସ୍ତବରେ କେତେ ଫଳପ୍ରଦ ସେକଥା ନକହିବା ଭଲ । କୁହାଯାଉଛି କି ନିଜର ଜିଦ ଲାଗି ଯୁବବର୍ଗଙ୍କ ବିକାଶର ଟ୍ରେଣ୍ଡକୁ ବ୍ରେକ୍ ଲଗାଉଛନ୍ତି ନବୀନ ସରକାର ।
ପ୍ରତି ମୁହୂର୍ତ୍ତରେ ସାଢେ ଚାରିକୋଟି ଓଡ଼ିଆ ଲୋକ ମୋ ପରିବାର ବୋଲି କହୁଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ କାମରେ କିଛି ଭିନ୍ନତା ପରିଲକ୍ଷିତ ହେଉଛି । ଦର୍ଶକବନ୍ଧୁ ରାଜ୍ୟରେ ଘରୋଇ ଶିକ୍ଷାନୁଷ୍ଠାନ ହେବାକୁ ଆମେ ମୋଟୁରୁ ବିରୋଧ କରୁନୁ । ହେଲେ ସଂଘୀୟ ବ୍ୟବସ୍ଥା ଅନୁସାରେ କେମିତି କେନ୍ଦ୍ରୀୟ ଯୋଜନା ରାଜ୍ୟରେ ଲାଗୁହେବ ସେହି କଥା କହୁଛୁ । କଥାରେ ଅଛି ବେଳ ଥାଉଥାଉ ସଜାଗ ହେବେ ବିପତ୍ତି ଟଳେ । ଠିକ୍ ସେହିପରି ଯଦି ରାଜ୍ୟରେ କେନ୍ଦ୍ରୀୟ ଯୋଜନା ଲାଗୁ ହୁଅନ୍ତି ତେବେ ପ୍ରତିଟି ଓଡ଼ିଆ ଲାଭ ପାଆନ୍ତେ...ତେବେ ସମୟ କହିବ କେବେ କେନ୍ଦ୍ରୀୟ ଯୋଜନାକୁ ଲାଗୁ କରୁଛନ୍ତି ରାଜ୍ୟ ସରକାର ।
ଅଧିକ ପଢ଼ନ୍ତୁ ରାଜନୀତି ଖବର: