ଅଧିକ ପଢନ୍ତୁ ଓଡ଼ିଶା ଖବର
ମଦ ବେପାରୀଙ୍କ ସହ ବିଜେଡି ନେତାଙ୍କ ଲିଙ୍କର ସିବିଆଇ ଯାଞ୍ଚ ଦାବି କରିଛି ବିଜେପି । ନିର୍ବାଚନ ପାଇଁ ସାହୁ ବ୍ରଦର୍ସ ଏବଂ କମ୍ପାନୀ ପାଖରେ ଟଙ୍କା ରଖିଥିଲା କି ବିଜେଡି ? ଧୀରଜ ସାହୁ ଝାଡଖଣ୍ଡର କଂଗ୍ରେସ ରାଜ୍ୟସଭା ସଦସ୍ୟ । ତାଙ୍କ ଭାଇ ଉଦୟ ସାହୁ, ଶିବ ପ୍ରସାଦ ସାହୁ ବି ବେପାରରେ ସାମିଲ୍ । ପୁରା ପରିବାରର ଅକ୍ତିଆରରେ ପଶ୍ଚିମ ଓଡ଼ିଶାର ମଦ ସାମ୍ରାଜ୍ୟ ।
ଏତେ ଟଙ୍କାର ସାମ୍ରାଜ୍ୟ ପଛରେ କାହାର ପ୍ରୋତ୍ସାହନ ? ନୌକରସାହାଙ୍କ ସୁରକ୍ଷାରେ ଚାଲିଥିଲା କି ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟ ? ସାହୁ ବ୍ରଦର୍ସଙ୍କୁ କେମିତି ବାରମ୍ବାର ମିଳୁଥିଲା ମଦ ଲାଇସେନ୍ସ ? ବିଜେଡି ନେତାଠୁ ଅଫିସର ଯାଏ ମାସିକିଆ ଚାନ୍ଦା ନେଉଥିବା ଚର୍ଚ୍ଚା । ଲାଲ୍ ଡାଏରୀ ମିଳିବା ପରେ ଏବେ ନେତାଙ୍କ ଆଖିରୁ ନିଦ ହଜିଥିବା ଚର୍ଚ୍ଚା ।