ପରବର୍ତ୍ତୀ ସମୟରେ ବାଣ୍ଠପୁରବାସୀ ଏହି ଅସୁବିଧାର ସମାଧାନ ପାଇଁ ଡ଼. ସମ୍ବିତ ପାତ୍ରଙ୍କ ନିକଟରେ ଦାବି ରଖିଥିଲେ । ଆଜି ଡ଼. ସମ୍ବିତ ପାତ୍ର ବାଣ୍ଠପୁରବାସୀଙ୍କ ଦାବି ରକ୍ଷା କରି ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦିଲ୍ଲୀରେ ସାକ୍ଷାତ କରି ନୟାଗଡ଼ ଜିଲ୍ଲାର ଓଡଗାଁ ବ୍ଲକର ବାଣ୍ଠପୁର ଗ୍ରାମରେ ମୋବାଇଲ ଟାୱାର ସ୍ଥାପନ କରିବା ପାଇଁ ଅନୁରୋଧ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ମାନନୀୟ କେନ୍ଦ୍ରମନ୍ତ୍ରୀ ଯଥାଶୀଘ୍ର ବାଣ୍ଠପୁରରେ ମୋବାଇଲ ଟାୱାର ସ୍ଥାପନ କରାଯିବ ବୋଲି ଆଶ୍ୱାସନା ଦେବା ସହ ଟାୱାର ସ୍ଥାପନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହା ସହ ଡ଼ ସମ୍ବିତ ପାତ୍ରଙ୍କୁ ବାଣ୍ଠପୁରରେ ମୋବାଇଲ ଟାୱାର ସ୍ଥାପନ କରିବା ପାଇଁ ସମସ୍ତ ପ୍ରକାରର ସୁବିଧା ବିଭାଗ ତରଫରୁ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ପୁରୀ ଲୋକସଭାବାସୀଙ୍କ ସୁବିଧା ଅସୁବିଧା ବିଷୟକୁ ନେଇ ସଦା ଦିଲ୍ଲୀ ଦରବାରରେ ଉପସ୍ଥାପନ କରୁଛନ୍ତି ଡ଼. ସମ୍ବିତ ପାତ୍ର ।