ଗାଁରେ ୬୦ ପରିବାରର ୪୦୦ ରୁ ଉର୍ଦ୍ଧ ସଦସ୍ୟ ବସବାସ କରୁଛନ୍ତି। କିନ୍ତୁ ବର୍ଷ ବର୍ଷ ଧରି ଗାଁକୁ ଖଣ୍ଡିଏ ରାସ୍ତା ହୋଇ ପାରୁନି । ପ୍ରତି ମାସରେ ବୟୋଜେଷ୍ଠ ହିତାଧିକାରୀ ମାନେ ପଞ୍ଚାୟତରୁ ଚାଉଳ ଓ ବିଧବା ଭତା ଟଙ୍କା ଧରି ବହୁ କଷ୍ଟରେ ଗାଁ କୁ ଫେରୁଛନ୍ତି। ଗାଁ ରେ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ନାହଁ। ପାହାଡିଆ ଝରଣା କିମ୍ବା ଚୁଆଁ ପାଣି ହିଁ ଏମାନଙ୍କର ଭରସା । ଗାଁ ରେ ଅଙ୍ଗନୱାଡି କେନ୍ଦ୍ର ପାଇଁ ଗୃହ ନଥିବାରୁ ତାହା ସଠିକ ପରିଚାଳିତ ହୋଇପାରୁନି ।ଫଳରେ ଗ୍ରାମ ର କୁନି କୁନି ଶିଶୁ ମାନେ ପୃଷ୍ଟିକର ଖାଦ୍ୟ ଠାରୁ ବଞ୍ଚିତ। ଗ୍ରାମର ଗୋଟିଏ ପୁରୁଣା ଘରେ ଚାଲୁଛି ସ୍କୁଲ । ରାସ୍ତା ନଥିବାରୁ ଗାଁକୁ ଆସିପାରୁନି ଆମ୍ଭୁଲାନ୍ସ। ଫଳରେ ଗର୍ଭବତୀ ମହିଳା ଓ ରୋଗୀଙ୍କ ପାଇଁ ଖଟିଆ ସାଜିଛି ଏକମାତ୍ର ମାଧ୍ୟମ।