ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ପାଇଁ ଚିଲିକା ବନ୍ୟପ୍ରାଣୀ ବାନଖଣ୍ଡ ବାଲୁଗାଁ ପକ୍ଷରୁ ନୂଆପଡା ବନାଞ୍ଚଳରେ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବନ ବିଭାଗ ପକ୍ଷରୁ କଇଁଛଙ୍କ ଅଣ୍ଡାକୁ ସଂଗ୍ରହ କରି ହ୍ୟାଚେରୀରେ ରଖାଯିବ । ସେଥିରୁ ଛୁଆ ବାହାରିବା ପରେ ସମୁଦ୍ରରେ ଛଡ଼ାଯିବ । ଏଥିପାଇଁ ରମ୍ଭା ନୂଆପଡା ଓ ସାତପଡା ରେଞ୍ଜରେ ୩ଟି ଲେଖାଏଁ ହ୍ୟାଚେରୀ ପ୍ରସ୍ତୁତ କରାଯାଇଛି ।
କଇଁଛ ସୁରକ୍ଷା ପାଇଁ ୯ଟି କ୍ୟାମ୍ପ କରା ଯାଇଥିବା ବେଳେ ପ୍ରତି କ୍ୟାମ୍ପରେ ୫ଜଣ ଲେଖାଏଁ କର୍ମଚାରୀ ନିୟୋଜିତ ହୋଇଛନ୍ତି।ସମୁଦ୍ର କୂଳରେ ଲାଗିବ ଅଲିଭ ରିଡିଲେଙ୍କ ଭିଡ। ଅଣ୍ଡା ଫୁଟିବା ପରେ କିଭଳି ସୁରକ୍ଷିତ ସମୁଦ୍ରକୁ ଯିବେ କଇଁଛ ଛୁଆ ସେଥିପାଇଁ ତତ୍ପର ବନ ବିଭାଗ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।