2019ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ ମଧ୍ୟ ଜମି ଅଧିଗ୍ରହଣ ସମସ୍ୟାର ତ୍ବରିତ ସମାଧାନ ହୋଇପାରିନାହିଁ । ଏବେ ମୋହନ ସରକାରରେ ଏନେଇ ବାଟ ଫିଟିବ ଏବଂ ରେଳ ପ୍ରକଳ୍ପ କାମ ଆଗେଇବା ସହିତ 500 କିଲୋମିଟର ନୂଆ ରେଳ ଲାଇନ ତିଆରି ହେବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ।
ଅର୍ଗସ ବ୍ୟୁରୋ: ରାଜ୍ୟରେ ଦ୍ରୁତଗତିରେ ଆଗେଇ ଚାଲିବ ରେଳ ପ୍ରକଳ୍ପ । ରେଳ ସଦନରେ ରେଳ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଏନେଇ ସ୍ପଷ୍ଟ ସୂଚନା ମିଳିପାରିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଚଳିତ ବର୍ଷ 500 କିଲୋମିଟର ରେଳ ଲାଇନ ନିର୍ମାଣ କରାଯାଇ ନୂଆ ରେକର୍ଡ କରାଯିବ । ଖୋର୍ଧା-ବଲାଙ୍ଗିର ରେଳପଥ କାମ କିପରି ଆଗେଇଛି ସେନେଇ ବୈଠକରେ ଗୁରୁତ୍ବର ସହିତ ଆଲୋଚନା ହୋଇଛି । ଶୀଘ୍ର ବଲାଙ୍ଗୀର ପଟୁ ଆଉ ଦୁଇଟି ସେକ୍ସନ କାମ ଆରମ୍ଭ ହେବ ବୋଲି ରେଳ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ତାଳଚେର ବିମଳାଗଡ଼ ରେଳପଥ ରେ ବିମଳାଗଡ଼ ପଟୁ ମଧ୍ୟ ଖୁବ ଶୀଘ୍ର କାମ ଆରମ୍ଭ ହେବ । ବଡ କଥା ହେଲା ଜମି ଅଧିଗ୍ରହଣ ସମସ୍ୟା ନେଇ ଅଟକିଥିବା କାମ ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ।
2019 ମସିହା ଜୁନ 15 ତାରିଖରେ ତତ୍କାଳିନ ରେଳ ମନ୍ତ୍ରୀ ପିୟୁସ ଗୋୟଲ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଥିଲେ ଚିଠି । ଚିଠି ରେ ଉଲ୍ଲେଖ ଥିଲା ଯେ ରାଜ୍ୟରେ ରେଲ ପ୍ରକଳ୍ପ ଆଗେଇ ନ ପାରିବା ପଛର ମୁଖ୍ୟ କାରଣ ହେଉଛି ଜମି ଅଧିଗ୍ରହଣ ଜନିତ ସମସ୍ୟା । ଜମି ଅଧିଗ୍ରହଣ ଜନିତ ସମସ୍ୟାର ସମାଧାନ ପାଇଁ ତତ୍ତାକଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ପିୟୁସ ଗୋୟଲ ଚିଠିତେ ଲେଖିଥିଲେ । ସେହି ଚିଠି ଅନୁସାରେ ରାଜ୍ୟ ସରକାର 2947 ଏକର ଜମି ଖୋର୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ପାଇଁ ଦେବା କଥା । 1547 ଏକର ଜମିରେ ଜଙ୍ଗଲ ସ୍ବିକୃତୀ ଦେବାର ବାକି ଥିଲା ରାଜ୍ୟ ସରକାରଙ୍କ ପକ୍ଷରେ । ଖାସ ସେଥିପାଇଁ କାମ ଆଗେଇ ପାରିନାହିଁ । ଏହି ଜମି ଅଧିଗ୍ରହଣ ସମସ୍ୟାର ତ୍ବରିତ ସମାଧାନ ପାଇଁ ନୂଆ ସରକାରର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ କେଳ ରେଳ ମନ୍ତ୍ରୀ ।
2019ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ ମଧ୍ୟ ଜମି ଅଧିଗ୍ରହଣ ସମସ୍ୟାର ତ୍ବରିତ ସମାଧାନ ହୋଇପାରିନାହିଁ । ଏବେ ମୋହନ ସରକାରରେ ଏନେଇ ବାଟ ଫିଟିବ ଏବଂ ରେଳ ପ୍ରକଳ୍ପ କାମ ଆଗେଇବା ସହିତ 500 କିଲୋମିଟର ନୂଆ ରେଳ ଲାଇନ ତିଆରି ହେବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ।
ଭୁବନେଶ୍ୱର: ହାଟରେ ପଡି ଦାଣ୍ଡରେ ଗଡୁଛି ବଲ୍ଲେ ବଲ୍ଲେ ଢାବାର ସତ । ବିବାଦରେ ଜିତୁ-ବବି ଯୋଡ଼ି । ସରକାରୀ ଜମି ମାଡ଼ି ବସି ଅଭିନେତ୍ରୀଙ୍କ ସ୍ବାମୀଙ୍କୁ ଦେଲେ ଠିକା । ଜନତାଙ୍କ ସଂଗୀନ ଅଭିଯୋଗ, ଚଳାଇଥିଲେ ରଙ୍ଗଶାଳା । ଏବେ ବିବାଦରେ ଧ୍ରୁବଙ୍କ ସ୍ବାଦ୍ । ଧରାକୁ ସରା ମଣୁଥିଲେ କି ବିଜେଡି ନେତା । ବଲ୍ଲେ ବଲ୍ଲେରେ ଲଟକା ପରେ ଲଡ଼ଖଡ଼ଇଲେ ଜିତୁ । ଧ୍ରୁବଙ୍କ ସ୍ବାଦ ଭାଙ୍ଗିବ କେବେ ? ନେତା- ବାବୁଙ୍କ ରଙ୍ଗଶାଳା ପାଲଟିଥିବା ଯାଜପୁରର ବଲେ ବଲେ ଢାବାରେ ଲଟକା ଲାଗି ପରେ ଲଡଖଡଇ ଯାଇଛନ୍ତି ପ୍ରଣବ ବଳବନ୍ତରାୟ ଓରଫ ଜିତୁ। ଲୋକଙ୍କ ଅଭିଯୋଗ ଜିତୁ - ବବି ଯୋଡି ଖଟିଆ ସେବା ପାଇଁ ବଲେ ବଲେକୁ ଠିକାରେ ଦେଇଥିଲେ ବିଜେଡିର ଥିବା ଅଭିନେତ୍ରୀ ଏଲିନାଙ୍କ ସ୍ବାମୀଙ୍କୁ। ଜନତାଙ୍କ ଅଭିଯୋଗ, ସରକାରୀ ଜମିରେ ସରକାରୀ ଟଙ୍କାରେ ନେତା- ବାବୁଙ୍କ ରାତି ରଙ୍ଗୀନ ପାଇଁ ଗଢି ଉଠିଥିଲା ବଲେ ବଲେ । ଘଟଣାକୁ ନେଇ ତୁମ୍ବି ତୋଫାନ ପରେ ଜିଲ୍ଲାପାଳ କହିଛନ୍ତି ପୁରା ଘଟଣାର ତଦନ୍ତ ହେବ। ବଲେ ବଲେକୁ ନେଇ ବିବାଦ ବଢୁଥିବା ବେଳେ ରାଜନଗର ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ବେଆଇନ ସ୍ବାଦ ହୋଟେଲକୁ ନେଇ ତେଜୁଛି ଅସନ୍ତୋଷର ନିଆଁ। 2 ଏକର ଜଙ୍ଗଲ ଜମିକୁ ଜବର ଦଖଲ କରି ଧ୍ରୁବ ଭିତରକନିକା ପାଖରେ ନିର୍ମାଣ କରିଛନ୍ତି ଆଲିଶାନ ହୋଟେଲ।
ଲୋକଙ୍କ ଅଭିଯୋଗ ଏଠି ବି ରଙ୍ଗଶାଳା ଚାଲିଛି। ସୁରାସାକୀର ଆସର ହେଉଛି। ସରାକାରୀ ଜମିରେ ବେଆଇନ ନିର୍ମାଣକୁ ବିଜେଡି ବିଧାୟକଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ନିର୍ବାଚନ ପୂର୍ବରୁ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ତାଙ୍କ କର୍ମୀ ମାନେ ଧୂର୍ବଙ୍କ ଏ କଳାକାରନାମା ର ଅଭିଯୋଗ ନେଇ ହଲ୍ଲା- ବୋଲ କରିବା ସହ ରାଜନଗର ବନ୍ଦ ଡାକରା ଦେଇଥିଲେ ! ହେଲେ ଅଂଶୁମାନ ଏବେ ବିଜେଡିରେ। ରାଜନଗର ବିଧାୟକଙ୍କ ବେଆଇନ ହୋଟେଲ ଉଛେଦ ସହ ଭିତରୁ ଚାଲୁଛିବା ଅନୈତିକ କାରବାରକୁ ତୁରନ୍ତ ବନ୍ଦ ପାଇଁ ଜୋର ଧରିଛି ଦାବି କେବଳ ଯାଜପୁର କି କେନ୍ଦ୍ରାପଡା ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ଜମିକୁ ମାଡ଼ି ବସି ଧରାକୁ ସରା ମଣୁଥିଲେ ବିଜେଡି ନେତା। କେଉଁଠି ବେଆଇନ ହୋଟେଲ ତ କେଉଁଠି ତ ଆଉ କେଉଁଠି ହୋଟେଲରେ ରଙ୍ଗଶାଳା। ଏବେ ନଜର ବଲେ ବଲେ ପରେ ଧ୍ରୁବଙ୍କ ସ୍ବାଦ ଉପରେ ଆକ୍ସନ କେବେ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: ଆକ୍ରମଣାତ୍ମକ ମୋଦିଙ୍କ କଂଗ୍ରେସ ଉପରେ ଦ୍ବିତୀୟ ଦିନରେ ପ୍ରହାର ଜାରି । କଂଗ୍ରେସ ଉପରେ ଅଭିଯୋଗର ବର୍ଷା । ପ୍ରଧାନମନ୍ତ୍ରୀ କହିଲେ ସତ ଶୁଣିବାକୁ ନାହିଁ କଂଗ୍ରେସର ସାହସ । ସର୍ବାଧିକ କାଳ ଦେଶକୁ ଶାସନ କରିଥିବା ଦଳକୁ ସମ୍ବିଧାନର ପାଠ ପଢ଼ାଇଲେ ଉପରାଷ୍ଟ୍ରପତି । ଲୋକସଭାରେ ବର୍ଷିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ରମଣାତ୍ମକ ଭୂମିକାରେ ଦେଖିବାକୁ ମିଳିଥିଲା । ଆକ୍ରମଣାତ୍ମକ ମୋଦି କଂଗ୍ରେସ ଉପରେ ଦ୍ବିତୀୟ ଦିନରେ ପ୍ରହାର କରିଛନ୍ତି । କଂଗ୍ରେସ ଉପରେ ବାଢିଛନ୍ତି ଅଭିଯୋଗର ଲମ୍ବା ଫର୍ଦ୍ଦ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ହୋଇଥିବା ଚର୍ଚ୍ଚା ବେଳେ ମୋଦି କହିଛନ୍ତି,
ମିଛ ପ୍ରଚାର କରୁଥିବା ଲୋକମାନଙ୍କର ସତ ଶୁଣିବାକୁ ସାହସ ନାହିଁ ବୋଲି ଅଭିଯୋଗ କରିଛନ୍ତି ମୋଦି ।
ଦେଶ ଦେଖୁଛି । ଯାହାର ସତର ମୁକବିଲା କରିବା ପାଇଁ ଧର୍ଯ୍ୟ ନାହିଁ ସେମାନେ ବସିକରି ବି ଏତେ ଚର୍ଚ୍ଚା ପରେ ଉଠାଇଥିବା ପ୍ରସଙ୍ଗର ଯବାବ ଶୁଣିବାକୁ ସାହାସ ନାହିଁ । ମୋଦି କହିଛନ୍ତି ସମ୍ବିଧାନର ରକ୍ଷା କେବଳ ଆମେ କରିପାରିବୁ । ସମ୍ବିଧାନର ରକ୍ଷା ପାଇଁ ଲୋକେ ବିଜେପିକୁ ବାଛିଲେ । ଏମର୍ଜେନ୍ସି ବେଳେ ଲୋକଙ୍କ ବଞ୍ଚିବା ମୁସ୍କିଲ ହୋଇଯାଇଥିଲା । କୋଟି କୋଟି ଲୋକଙ୍କ ଜୀବନ ନଷ୍ଟ କରିଥିଲା ଏମର୍ଜେନ୍ସି । ପ୍ରଧାନମନ୍ତ୍ରୀଙ୍କ ପଦର ଗାରିମାକୁ କଂଗ୍ରେସ ନଷ୍ଟ କରିଥିଲା। ଏହି ନିର୍ବାଚନରେ ଦେଶବାସୀଙ୍କ ବିବେକ ବୁଦ୍ଧି ଉପରେ ଗର୍ବ ହେଉଛି । ପ୍ରୋପାଗାଣ୍ଡାକୁ ପରାସ୍ତ କରିଛନ୍ତି ଦେଶବାସୀ । ପରଫରମାନ୍ସକୁ ପ୍ରାଥମିକତା ଦେଇଛନ୍ତି । ଭରସାର ରାଜନୀତି ଉପରେ ଦେଶବାସୀ ବିଜୟର ମୋହର ଲଗାଇଛନ୍ତି । ଆଗାମୀ 5 ବର୍ଷ ଗରିବଙ୍କ ପାଇଁ ନିର୍ଣ୍ଣାୟକ ଲଢ଼େଇ ହେବାକୁ ଯାଉଛି । ଗରିବି ବିରୋଧରେ ଗରିବଙ୍କ ଲଢେଇ ହେବାକୁ ଯାଉଛି । ଯେତେବେଳେ ସାମର୍ଥ୍ୟର ସହିତ ଗରିବ ଏକାଠି ହୁଅନ୍ତି ସେତେବେଳେ ସଫଳତା ମିଳେ । ଏ ଦେଶ ଗରିବୀ ବିରୋଧରେ ଲଢେଇରେ ବିଜୟ ହୋଇକି ରହିବ ବୋଲି ମୋଦି କହିଛନ୍ତି ।
ଭ୍ରଷ୍ଟାଚାରୀ ବଚାଅ ଆନ୍ଦୋଳନ କରୁଛି କଂଗ୍ରେସ । ଯେଉଁମାନେ ଭ୍ରଷ୍ଟାଚାରରେ ଦଣ୍ଡ ଭୋଗୁଛନ୍ତି ସେମାନଙ୍କ ସହ ଫଟୋ ଉଠାଇବାକୁ ପଛାଉନାହାନ୍ତି । ଭ୍ରଷ୍ଟାଚାରୀ ଯେତେବେଳେ ଜେଲ ଯାଉଛନ୍ତି ସେତେବେଳେ ହଙ୍ଗାମା କରୁଛି କଂଗ୍ରେସ । ଯାଞ୍ଚ ଏଜେନ୍ସିଗୁଡିକର ଦୁରଉପଯୋଗ କରୁଥିବା ଅଭିଯୋଗ ଆଣିଛନ୍ତି ଏମାନେ । ଭ୍ରଷ୍ଟାଚାର କରୁଛି ଆପ, ମଦ ଘୋଟାଲା କରୁଛି ଆପ, ପାଣି ଘୋଟାଲା କରୁଛି ଆପ । ଆପ ନାଁରେ ଅଭିଯୋଗ ଆଣୁଛି କଂଗ୍ରେସ । ଯେତେବେଳେ କାର୍ଯ୍ୟାନୁଷ୍ଠାନ ହେଉଛି ସେତେବେଳେ ମୋଦିଙ୍କୁ ଗାଳି ଦେଉଛନ୍ତି । ମଣିପୁରର ସ୍ଥିତି ସାମାନ୍ୟ କରିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି । 11ହଜାରରୁ ଅଧିକ ଏଫଆଇର ହୋଇଛି । 500ରୁ ଅଧିକ ଲୋକ ଗିରଫ ହୋଇଛନ୍ତି । କିଛି ତ ଅସୁବିଧା ଅଛି ଯେଉଁଥିପାଇଁ 10 ଥର ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ତେଣୁ ଏହି ପ୍ରସଙ୍ଗରେ ରାଜନୈତିକ ହରକତ ନ କରାଯାଉ । କଂଗ୍ରେସ ନେତା ମାଲିକାର୍ଜୁନ ଖଡଗେ ଅଚାନକ କହିବାକୁ ଚେଷ୍ଟା କରିବାରୁ ଉପ-ରାଷ୍ଟ୍ରପତି ଜଗଦିପ ଧନକଡ ତାଙ୍କୁ ସମ୍ବିଧାନର ପାଠ ପଢାଇଥିଲେ । ସେ ଯାହା କରୁଛନ୍ତି ତାହା ସଂସଦର ଇତିହାସରେ କେବେ ଘଟିନଥିଲା ବୋଲି କହିଥିଲେ ।
ଅଧିକ ପଢନ୍ତୁ ଭାରତ ଖବର
ଭୁବନେଶ୍ୱର: ବିଦ୍ରୋହ ମୁହାଁ ବିଜେଡି । ପ୍ରଭାତ କହିଲେ ପରାଜୟ ପାଇଁ ପାଣ୍ଡିଆନ୍ ଦାୟୀ । ବବିପନ୍ଥୀଙ୍କ ବୈଠକ ପରେ ବିଜେଡି ନେତାଙ୍କ ବୟାନ, ଦଳରେ ଅନେକ ବିଭୀଷଣ । ପ୍ରଚାର ବେଳେ ମୋଦି ବି କହିଥିଲେ, 6 ମାସ ଭିତରେ ବିଜେଡିରେ ହେବ ବଡ ବିସ୍ଫୋରଣ । ରାଜନୈତିକ ବିଶ୍ଲେଷକଙ୍କ ମତ ଥିଲା, କ୍ଷମତାରୁ ଗଲେ ଭାଙ୍ଗିଯିବ ବିଜେଡି । ସତ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମାନ । ଲାଗୁଛି ବିଶ୍ଳେଷକଙ୍କ ମତରେ ବି ଖୁବଶୀଘ୍ର ଲାଗିପାରେ ମୋହର । ବପର୍ଯ୍ୟୟ ପରେ ବଡ ବିଦ୍ରୋହ ଆଡକୁ ମୁହାଁଉଛି ବିଜେଡି । ଯେ କୌଣସି ମୁହୁର୍ତ୍ତରେ ଦଳ ଭିତରେ ହୋଇପାରେ ବଡ ଧରଣର ବିସ୍ଫୋରଣ । ଗୃହ ଯୁଦ୍ଧ ସ୍ଥିତିକୁ ନେଇ ଉଠୁଛି ପଡୁଛି ଶଙ୍ଖ ଶିବିରି । ନବୀନଙ୍କ ଏକତାର ମନ୍ତ୍ର ବି ନେତାଙ୍କୁ ବାନ୍ଧି ରଖିବାରେ ସଫଳ ହୋଇନି । ଶୀର୍ଶ ନେତୃତ୍ବଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା । ଭିନ୍ନ ଭିନ୍ନ ସ୍ଥାନରେ ମେଳି ବାନ୍ଧୁଛନ୍ତି ପ୍ରତିପକ୍ଷ ଗୋଷ୍ଠୀ । ସ୍ଥିତି କହୁଛି ଅଲ ଇଜ୍ ନଟ ଓ୍ବେଲ୍ । ସମୀକ୍ଷା ପରେ ସୁପ୍ରିମୋଙ୍କ ନୋ ଆକ୍ସନ ଥିଓରୀ ବି ଅଧିକ ଅଡୁଆ ବଢାଇଛି । ଏପରି ସ୍ଥଳେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ସତ ହୋଇପାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜିଙ୍କ ଏହି ଅନୁମାନ।
ସେପଟେ ବିଜେଡିର ବିଦ୍ରୋହ ଭିତରେ ବବି-ପାଣ୍ଡିଆନ୍ ଯୋଡିକୁ ନେଇ ସବୁଠୁ ଅଧିକ ବିବାଦ । ନବୀନଙ୍କ ପାଣ୍ଡିଆନ୍ ପ୍ରୀତି ପାଇଁ ଦଳରେ ବଢୁଛି ଅସନ୍ତୋଷ । ଭୈରବକୁ ସୁରକ୍ଷା ଦେଇ ବିବାଦକୁ ଟାଣି ହୋଇଛନ୍ତି ନବୀନ । ଦଳର ଜଣେ ପରେ ଜଣେ ବରିଷ୍ଠ ନେତା ସିଧାସଳଖ ନବୀନଙ୍କୁ କରୁଛନ୍ତି ପ୍ରଶ୍ନ । କିଛି ଦିନ ତଳେ ଶଙ୍ଖ ଭବନରେ ପ୍ରଥମ ଥର ସୁପ୍ରିମୋ ନେଉଥିବା ବୈଠକରେ ପରାଜୟର ଗୁମର ଖୋଲି ବର୍ଷିଥିଲେ ଦଳର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏପରିକି ଦିନକ ପରେ ରଣେନ୍ଦ୍ରଙ୍କ ସମର୍ଥନ ବାହାରି ଥିଲେ ବିଧାୟକ ଅରୁଣ ସାହୁ,ବଦ୍ରି ପାତ୍ର ଓ ଗଣେଶ୍ବର ବେହେରା । ଆଉ ଏବେ ଦଳର ଆଉ ଜଣେ ବରିଷ୍ଠ ନେତା ପ୍ରଭାତ ବିଶ୍ବାଳ ମଧ୍ୟ ପରାଜୟ ପାଇଁ ବବି ପାଣ୍ଡିଆନ୍ ଙ୍କୁ ଦାୟୀ କରି କର୍ମୀ ସମ୍ମୀଳନିରେ ଦେଇଛନ୍ତି ଚେତାବନୀ । 11 ତାରିଖ ଭିତରେ ସୁପ୍ରିମୋ କିଛି ନ କଲେ ପରାଜୟର ଭିତିର ରହସ୍ୟ ଖୋଲିବେ ବୋଲି ଖୋଲା ଖୋଲି କହିଛନ୍ତି ପ୍ରଭାତ । ସେହିପରି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବଙ୍କ ଘରେ ବବିପନ୍ଥୀଙ୍କ ବୈଠକ ପରେ ବିଜେଡି ନେତା ବୟାନ ଦେଇ କହିଛନ୍ତି ଦଳରେ ଅନେକ ବିଭୀଷଣ ଅଛନ୍ତି ।
ପରାଜୟ ପରେ କାରଣ ଖୋଜିବାକୁ କମିଟି ଗଠନ ହେବ ବୋଲି ନବୀନ କହିଥିଲେ ବି ତାହା ହେଲା ନାହିଁ । ବରିଷ୍ଠ ନେତାଙ୍କୁ ନେଇ ନବୀନ ନିବାସରେ ବସିଥିବା ବୈଠକରେ ବବି ପାଣ୍ଡିଆନ୍ ଙ୍କୁ ଅନେକ ନେତା ଦାୟୀ କରିଥିଲେ ବି ନବୀନଙ୍କ ସାର୍ଟିଫିକେଟ୍ ଅଧିକ ଅଡୁଆ ବଢାଇଲା । ଯାହାକୁ ନେଇ ଦଳ ଏବେ ଦୁଇ ଫାଳ । ଭିନ୍ନ ଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି ବରିଷ୍ଠ ନେତା । ଚର୍ଚ୍ଚା ହେଉଛି ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସ ବର୍ମା, ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ବାଇଁ ଙ୍କ ଭଳି ଅନେକ ଆଗ ଧାଡିର ନେତା ଗୋଟିଏ ପଟେ ଥିବା ବେଳେ ଅନ୍ୟପଟେ ରହିଛନ୍ତି ପ୍ରତାପ ଦେବ, ପ୍ରମିଳା ମଲିକ, ନିରଞ୍ଜନ ପୂଜାରୀ, ପ୍ରଣବ ପ୍ରକାଶ ଦାସ ଓ ସୁଶାନ୍ତ ରାଉତ ଙ୍କ ଭଳି କିଛି ନେତା । ତେବେ ଦଳରେ ଏପରି ଦୁଇ ଫାଳ ସ୍ଥିତି ଆଗକୁ କେଉଁ ଧରଣର ବିସ୍ଫୋରଣ କରାଉଛି ତାହା ଜଗନ୍ନାଥଙ୍କ ନବଯୌବନ ଦର୍ଶନ ପରେ ହିଁ ଜଣାପଡିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର