କ୍ଷେତରେ ରାଜ୍ୟର ଗରିବ ଚାଷୀ ଝାଳ ବୁହାଇ ଉତ୍ପାଦନ କରୁଛି ସୁନାର ଫସଲ। ମାତ୍ର ସଂରକ୍ଷଣ ପାଇଁ ନାହିଁ ଶୀତଳ ଭଣ୍ଡାର। ଅଭାବୀ ବିକ୍ରିର ଶିକାର ଚାଷୀ ଶାଗମାଛ ଦରରେ ବିକୁଛି ପନିପରିବା । .. ସବୁ ବ୍ଲକରେ ଶୀତଳ ଭଣ୍ଡାରର ପ୍ରତିଶ୍ରୁତି ଦେଇଥିଲେ ବିଜେଡି ସରକାର। ମାତ୍ର ଇଏ ହିଁ ଗ୍ରାଉଣ୍ଡର ବାସ୍ତବତା। … ବଡ ପ୍ରଶ୍ନ, କଣ କରୁଛନ୍ତି ସ୍ଥାନୀୟ ବିଧାୟକ ସୁବାସ ସାହୁ ? ନିଜ ଜିଲ୍ଲା ଖବର ମୁଖିଆଙ୍କ ପାଖରେ ଅଛି ତ ?
କେବଳ ଗଞ୍ଜାମ ନୁହେଁ ସାରା ରାଜ୍ୟରେ ଚାଷୀଙ୍କୁ ବିଜେଡି ସରକାରର ପ୍ରତାରଣା। କାଳିଆ ଟଙ୍କା ହେଉ କି ଶୀତଳଭଣ୍ଡାର କିମ୍ବା ଜଳସେଚନ ସବୁଥିରେ ପ୍ରତାରଣାର ଶିକାର ଚାଷୀ । ସବୁ ବ୍ଲକରେ ଶୀତଳ ଭଣ୍ଡାର କରିବେ ବୋଲି କହିଥିଲେ ବିଜେଡି ସରକାର। କିନ୍ତୁ ବିଧାନସଭାରେ କୃଷିମନ୍ତ୍ରୀଙ୍କ ତଥ୍ୟ ଅନୁସାରେ 133 ଶୀତଳ ଭଣ୍ଡାରରୁ 97 ଟି ଅଚଳ... ମାତ୍ର 36 ଟି କାର୍ଯ୍ୟକ୍ଷମ...ଅଧିକ ଉତ୍ପାଦନ ବେଳେ କେତେବେଳ ଟମାଟୋ ରାସ୍ତାରେ ଫୋପଡା ହେଉଛି ତ କେତେବେଳେ କୋବି ବିଲରେ ଷଢୁଛି.. ସେଥିପାଇଁ ଓଡ଼ିଶାରେ ଚାଷୀଙ୍କ ମାସିକ ଆୟ ମାତ୍ର 5112 ଟଙ୍କା। ଯାହାକି ଦେଶରେ ଦ୍ବିତୀୟ ସର୍ବନିମ୍ନ। ସରକାରଙ୍କୁ ପ୍ରଶ୍ନ, ପନିପରିବା ସଂରକ୍ଷଣ ନ କରି ଆଉ କେତେ ଦିନ ପଡୋଶୀ ରାଜ୍ୟ ଉପରେ ନିର୍ଭର କରିବ ଓଡିଶା ? ଜବାବ ରଖିବେ ୨୪ ବର୍ଷର ସ୍ଥିର ବିଜେଡି ସରକାର ?
ଅଧିକ ପଢନ୍ତୁ ଓଡ଼ିଶା ଖବର