କେବଳ ରାସ୍ତା କି ଶିକ୍ଷା କଥା ନୁହେଁ ପାଣି ପାଇଁ ବି ଗାଁ ଲୋକେ ହନ୍ତସନ୍ତ। ଗାଁରେ ୨ ଟି ନଳକୂପ ରହିଛି କିନ୍ତୁ ଅଳ୍ପ ସମୟ ପାଣି ଆସିବା ପରେ ସେଥିରେ ପାଣି ଆସୁନାହିଁ। ସେପଟେ ଗାଁ କୁ ବସୁଧା ଯୋଜନାରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ହୋଇଛି ସତ କିନ୍ତୁ ପାଣି ଦିନେ ଆସିଲେ ୨ ଦିନ ବନ୍ଦ ରହୁଛି | ତେବେ ଯେଉଁ ପାଣି ଆସୁଛି, ତାହା ଗୋଟେ ଗରା ପାଣି ପାଁଇ ଘଣ୍ଟେ ସମୟ ଲାଗୁଛି। ତେଣୁ ପାଣି ପାଇଁ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ଏହାସହ ଗାଁ ଛୋଟ ଟ୍ରାନ୍ସଫର ପାଇଁ ଲୋ ଭୋଲ୍ଟେଜର ସମସ୍ୟା ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁ ଲୋକେ। ଏନେଇ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପୂର୍ବତନ ବିଧାୟକ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ। ପୂର୍ବତନ ବିଜେଡି ସରକାର ଏହି ଗାଁ କୁ ସମ୍ପୂଣ ଅଣଦେଖା କରିଥିବାବେଳେ ନୂଆ ସରକାର ତାଙ୍କର ସମସ୍ୟା ଦୂର କରିବେ ବୋଲି ଗ୍ରାମବାସୀ ଆଶା ରଖିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: