ଘର
ଓଡ଼ିଶା
ରାସ୍ତା କାମ କରୁଥିବା ସୁପରଭାଇଜ କରୁଛନ୍ତି ଦାଦାଗିରି
ରାସ୍ତା କାମ କରୁଥିବା ସୁପରଭାଇଜ କରୁଛନ୍ତି ଦାଦାଗିରି
by Banajyotshna Ray
ଅର୍ଗସ ବ୍ୟୁରୋ: ପଦାରେ ପଡ଼ିଛି ଗ୍ରାମ୍ୟ ଉନ୍ନୟନ ପ୍ରଶାସନିକ ଅଧିକାରୀ ଏବଂ ଠିକାଦାର ଙ୍କ ମଧୁଚନ୍ଦ୍ରିକା। ଅଧିକାରୀ ମାନଙ୍କ ଅନୁପସ୍ଥିତିରେ ହେଉଛି ରାସ୍ତା କାମ। ରାସ୍ତା କାମ କରୁଥିବା ସୁପରଭାଇଜ କରୁଛନ୍ତି ଦାଦାଗିରି। ରାସ୍ତା କାମ ହେବା ପାଞ୍ଚ ଦିନ ପରେ ହାତ ମାରିଲେ ଉଠୁଛି ଫେଡା ଫେଡା ପିଚୁ। ୬ କିମି ୩୬୮ ମି ରାସ୍ତା ପାଇଁ ୧୧କୋଟି ୬୮ଲକ୍ଷ ଟଙ୍କାରେ ହେଉଛି କାର୍ଯ୍ୟ।
ନୟାଗଡ଼ ଖଣ୍ଡପଡ଼ା ବ୍ଳକ ସିଂଘାପଡା ଛକଠାରୁ ସମ୍ବରବିନ୍ଧା ଗ୍ରାମକୁ ଅତି ନିମ୍ନ ମାନର କାମ କରାଯାଉଅଛି । ଏପରିକି ରାସ୍ତାରେ ମେଟାଲିଙ୍ଗ ମଧ୍ୟ ଠିକ୍ ଭାବରେ କରି ଯାଉନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀ ମାନେ ରାସ୍ତା କାମ ଦେଖିବାକୁ ଯାଉନଥିବାରୁ ଠିକାଦାର ନିଜ ମନମୁତାବକ ନିମ୍ନମାନର କାମ କରୁଥିବା ଦେଖିବାକୁ ମିଳିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: