ଗୋଟିଏ ପରେ ଗୋଟିଏ ମିଛ କହିବାରେ ଲାଗିଛନ୍ତି ନବୀନ ସରକାର । କାରଣ ସମ୍ବଲପୁର ରେଢ଼ାଖୋଲ ଗଡଲୋଇସିଂଘ ପଂଚାୟତ ବେଲପାଣି ଗାଁରୁ ଗତ ସପ୍ତାହରେ ସାମ୍ନାକୁ ଆସିଥିଲା ଏକ ଅଭାବନୀୟ ଦୃଶ୍ୟ । ବିଜେଡି ଶାସନର 24 ବର୍ଷ ପରେ ବି ଗାଁକୁ ନାହିଁ ହୋଇପାରିଲା ନାହିଁ । ତେଣୁ ଅସୁସ୍ଥ ମହିଳାଙ୍କୁ ୨ କିଲୋମିଟର ଖଟିଆରେ ବୋହି ନେଇଥିଲେ ଗାଁ ଲୋକେ । ଏହି ଘଟଣା ନେଇ ଉଦବେଗ ପ୍ରକାଶ କରିବା ବିଜେଡି ଶାସନର ୨୪ ବର୍ଷର ରୁପାନ୍ତରୀକରଣ ନାଁରେ ମିଛ ପ୍ରଚାର ଉପରେ ଧର୍ମେନ୍ଦ୍ର ଉଠାଇଥିଲେ ପ୍ରଶ୍ନ । ଆଉ ଏବେ ଏହି ପ୍ରସଙ୍ଗରେ ଦୋଷ ମାନିଛନ୍ତି ବିଜେଡି ବିଧାୟକ ରୋହିତ ପୂଜାରୀ । ତାଙ୍କ କହିବା ଅନୁସାରେ ଏହି ଗାଁକୁ ରାସ୍ତା ପାଇଁ ପାଣ୍ଠି ମଞ୍ଜୁର ହୋଇଛି, କିନ୍ତୁ କାମ ପାଇଁ ମିଳୁନାହିଁ ରାଜ୍ୟ ଜଙ୍ଗଲ ବିଭାଗର ଅନୁମତି ।
ରୋହିତ ପୂଜାରୀଙ୍କ ଏ ବୟାନ ଧରାଇ ଦେଇଛି ବିଜେଡିର ମିଛ । ବିଜେଡି ବିଧାୟକଙ୍କ ଏ ସ୍ବୀକାରୋକ୍ତି କରିଛି ତାଙ୍କ ଦଳର ମିଛ ପ୍ରଚାରର ପର୍ଦ୍ଦାଫାସ୍ । କଟକ-ସମ୍ବଲପୁର 55 ନଂ ଜାତୀୟ ରାଜପଥ କାମ ଶେଷ ହେବାରେ କାହିଁକି ଅହେତୁକ ବିଳମ୍ବ ହେଉଛି ? ଏହା ଉପରୁ ଶନିବାର ପରଦା ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର ଅସହଯୋଗ କାରଣରୁ ହିଁ ହଇରାଣ ହେଉଛନ୍ତି କଟକ, ଢେଙ୍କାନାଳ, ଅନୁଗୁଳ ଓ ସମ୍ବଲପୁର 4ଟି ଜିଲ୍ଲାର ଲୋକେ। ପୁଣି NHରେ ଦୁର୍ଘଟଣା ଓ ଟ୍ରାଫିକ୍ ନିୟନ୍ତ୍ରଣ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ଧର୍ମେନ୍ଦ୍ର ।
ଗୋଟିଏ ପଟେ କେନ୍ଦ୍ରର ଅନୁଦାନ କେମିତି ବଢିବ ସେନେଇ କ୍ରମାଗତ ଚେଷ୍ଟା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାଲି ଚେଷ୍ଟା କରୁଛନ୍ତି ତାହା ନୁହେଁ ବରଂ ଅନୁଦାନ ଆଣି ଅନେକ ବିକାଶ ବି କରୁଛନ୍ତି । ହେଲେ ରାଜ୍ୟ ସରକାର ନିଜ ଉପରୁ ଦୋଷ ଖସାଇ ଦେବାକୁ ଯାଇ କେନ୍ଦ୍ର ଉପରେ ଦୋଷ ଲଦୁଛନ୍ତି । ହେଲେ ଏବେ ନିଜ ବିଧାୟକ ହିଁ ବିଜେଡି ସରକାରର ଖୋଲି ଦେଲେ ପୋଲ ।