ବିକ୍ଷୋଭ ବେଳେ ଆନ୍ଦୋଳନକାରୀଙ୍କୁ ମଧ୍ୟ ଉଠାଇ ନେଇଛି ପୋଲିସ । ରାଜ୍ୟ ସରକାର ମାଆକୁ ସମ୍ମାନ କଥା କହୁଥିବା ବେଳେ ରୁଚିକା ମାମଲାରେ କାହିଁକି ଚୁପ ବୋଲି ପ୍ରଶ୍ନ କରିଛନ୍ତି ରୁଚିକାଙ୍କ ମାଆ । ଜୁଲାଇ 2, 2022ରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ମେଧାବୀ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ସୁଇସାଇଡ୍ ନୋଟରୁ ରାଗିଂ ଓ 3 ଛାତ୍ରୀଙ୍କ ଭୂମିକା ଆସିଥିଲା ସନ୍ଦେହ ଘେରକୁ।
ନ୍ୟାୟ ପାଇଁ ଧାରଣା ଦେଇଥିଲେ ରୁଚିକାଙ୍କ ମା। ହେଲେ ତାଙ୍କୁ ପୋଲିସ ଜୋର ଜବରଦସ୍ତି ଉଠାଇ ନେଇଥିଲା। ପୋଲିସ କହିଲା ରୁଚିକାଙ୍କ ମୋବାଇଲ୍ ଫୋନ୍ ସିଙ୍ଗାପୁର ପଠାଯାଇଛି ଯାଞ୍ଚ ପାଇଁ। ପରେ କୁହାଗଲା ଡାଟା ରିକଭରି ହୋଇପାରିଲାନି । ସିଙ୍ଗାପୁରରୁ ଫେରି ଆସିଥିଲା ମୋବାଇଲ। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରୁଚିକାଙ୍କ ମାଙ୍କ ଉପରେ ଚାପ ପକାଉଥିବା ନେଇ ସେ ବାରମ୍ବାର ଅଭିଯୋଗ କରିଥିଲେ। ଏପରିକି ମୁଁ ବିଜେଡି ନେତ୍ରୀ ଏବଂ ମୋ ନ୍ୟାୟରେ ବିଜେଡି ବିଧାୟକ ବାଧକ ସାଜିଛନ୍ତି ବୋଲି କହିଥିଲେ ରୁଚିକାଙ୍କ ମାଆ।
ସବୁଆଡୁ ନିରାଶ ହେବା ପରେ ନ୍ୟାୟ ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ଗୁହାରି ଜଣାଇଥିଲେ ରୁଚିକାଙ୍କ ମା। ରାଷ୍ଟ୍ରପତିଙ୍କ ଅଫିସରୁ ଓ ରାଜ୍ୟପାଳଙ୍କ ଅଫିସରୁ ରାଜ୍ୟ ସରକାରଙ୍କୁ ଚିଠି ଆସିବା ପରେ ବାଧ୍ୟ ହୋଇ ଉଚ୍ଚଶିକ୍ଷା ବିଭାଗ କମିସନରେଟ ପୋଲିସକୁ ରିପୋର୍ଟ ମାଗିଥିଲା ।