ସମ୍ୱଲପୁର: ବୁର୍ଲା ଥାନା ଅନ୍ତର୍ଗତ ମହାନଦୀ ବ୍ରିଜ ତଳୁ ଏକ ଯୁବତୀର ମୃତ ଦେହ ଠାବ ହୋଇଛି । ପୋଲ ତଳୁ ମିଳିଥିବା ଯୁବତୀଙ୍କ ମୃତଦେହ ଚିହ୍ନଟ ହୋଇଛି । ମୃତକ ସମ୍ୱଲପୁର ଆଲବମର ଜଣାଶୁଣା ଅଭିନେତ୍ରୀ ସିମରନ ସିଂ । ନିକଟରେ ପ୍ରେମ ବିବାହ କରିଥିଲେ ଅଭିନେତ୍ରୀ ସିମରନ । ବଲାଙ୍ଗୀର ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ ସେ । ସଂପୃକ୍ତ ଯୁବକ ସିମରନଙ୍କୁ ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି । ହତ୍ୟା ଅଭିଯୋଗ କଲେ ମୃତ ଅଭିନେତ୍ରୀ ସିମରନଙ୍କ ମା’ ।
ଆଜି ଗୋଇରା ମଠ ମହାନଦୀ ପୋଲ ତଳୁ ମିଳିଥିଲା ମୃତଦେହ । ସିମରନଙ୍କ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିଲା । ତା ନିକଟରୁ ଏକ ମୋବାଇଲ ଫୋନ ,ନଗଦ ୨୦୪୭ ଟଙ୍କା ମିଳିଅଛି । ବୁର୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବୁର୍ଲା ମେଡିକାଲକୁ ପଠାଇଛି । ବୁର୍ଲା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
