ଅନ୍ୟପକ୍ଷରେ ସ୍ଥାନୀୟ ଲୋକ ପ୍ରତିବାଦ କଲେ ଜୀବନରୁ ମାରିଦେବା ଧମକ ଦେଉଛନ୍ତି ବାଲି ମାଫିଆ । ଦକ୍ଷିଣ ଭୋଗରାଇର ହଜାର ହଜାର ହେକ୍ଟର ସୁଉଚ୍ଚ ବାଲି ଆଡିଆ ଏବେ ସଫା ହେବାରେ ଲାଗିଛି ତା ସହିତ ଜାଗା ସବୁ ବଡ଼ ବଡ଼ ପୋଖରୀରେ ପରିଣତ ହଉଛି । ୧୦୦ ଏକରରୁ ଉର୍ଦ୍ଧ୍ବ ଗୋଚର, ଶ୍ମଶାନ, ଗ୍ରାମ୍ୟ ଜଙ୍ଗଲ ଓ ଅନାବାଦୀ କିସମ ଜିମିରୁ ଦୁଇ ବର୍ଷ ହେଲା ବେଆଇନ ଭାବେ ଦିନରାତି ବାଲି ଖୋଳି ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି ।
ଏପରିକି ସେହି ସ୍ଥାନରେ ଦୀର୍ଘ ବର୍ଷ ଧରି ଥିବା ହଜାର ହଜାର ତାଳ ଗଛ,କାଜୁ ଗଛ,ଜାମୁକୋଳି ଗଛ ଆଦି ଉପାଡ଼ି ୧୦/୧୨ ଫୁଟ ଗଭୀରର ବାଲି ଖୋଳି ବଡ ବଡ ପୋଖରୀରେ ପରିଣତ କରିଛନ୍ତି । ଏପର୍ଯ୍ୟନ୍ତ ଏଠାରୁ ୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବାଲି ବିକ୍ରୀ ହୋଇଥିବା ଅଭିଯୋଗ ହଇଛି ।
ପ୍ରଶାସନର ନାକ ତଳେ ଏହି ଅନ୍ଧାରୀ ବାଲି ବ୍ୟବସାୟ ଚାଲିଥିବାବେଳେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସରକାରୀ ଜମିରୁ ଚୋରି ହୋଇଥିବା ବାଲି ପରିମାଣ ନିର୍ଦ୍ଧାରଣ କରିବା ସହିତ ବାଲି ମାଫିଆମାନଙ୍କୁ ଚିହ୍ନଟ କରି ଲୁଟ୍ ହୋଇଥିବା ରାଜସ୍ବ ସେମାନଙ୍କ ଠାରୁ ଆଦାୟ କରି ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନାବକୁ ଗ୍ରାମବାସୀ ଦାବି କରିଛନ୍ତି ।