ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଅନୁଗୁଳ ସିଆରିମାଳିଆ ନାଳରୁ ବେଆଇନ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଛେଣ୍ତିପଦା ବନାଞ୍ଚଳ ତଥା ଛେଣ୍ତିପଦା ସଂରକ୍ଷିତ ଜଙ୍ଗଲରେ ଥିବା ସିଆରିମାଳିଆ ନାଳରୁ ଦୀର୍ଘ ଦିନ ହେବ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ବନବିଭାଗ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଛି l ଘଟଣାସ୍ଥଳରୁ ବାଲି ମାଫିଆ, ଡ୍ରାଇଭର, ଶ୍ରମିକମାନେ ଫେରାର ହୋଇଯାଇଛନ୍ତି । ବନବିଭାଗ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ତଦନ୍ତ କରୁଛି । ବାରମ୍ୱାର ଏପରି ଘଟଣା ଘଟୁଥିବାବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଜାମ୍ମୁ କାଶ୍ମୀର ପୁଞ୍ଚ୍ରେ IAF କନ୍ଭଏ ଉପରେ ଆତଙ୍କବାଦୀ ହମଲା ହୋଇଛି। ଆତଙ୍କୀ ହମ୍ଲାରେ ଯବାନ ଗୁରୁତର ହୋଇଥିବା ସୂଚନା ରହିଛି।ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍ ପକ୍ଷରୁ କର୍ଡନ କରି ଜୋରଦାର ତଲାସୀ। ଏହି ଆକ୍ରମଣରେ ଅନେକ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣ ସୁରନକୋଟର ସନାଇ ଗାଁରେ ହୋଇଛି । ଭାରତୀୟ ସେନା ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର: