ଗ୍ରାମସଭାରେ ପାସ୍ ହୋଇଥିବା ପ୍ରକଳ୍ପ ସ୍ଥାନ ନଦେଇ ଓ ସରପଞ୍ଚଙ୍କ ବିନା ସହମତିରେ ଦଳୀୟ ନେତାଙ୍କୁ ସୁହାଇଲା ଭଳି ପ୍ରକଳ୍ପ ଗୁଡିକୁ ସ୍ଥାନ ଦେବା ଭଳି କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଯାହାକୁ ନେଇ ସରପଞ୍ଚମାନେ ଏହି ସରକାରୀ କାର୍ଯ୍ୟକ୍ରମକୁ ବର୍ଜନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ବ୍ଲକ ୨୦ଟି ପଞ୍ଚାୟତର ୧୨ ଜଣ ସରପଞ୍ଚ ସାମିଲ ହୋଇ ବିଭିନ୍ନ ସ୍ଲୋଗାନ ଦେବା ସହ ମୁହଁରେ କଳା ଫିତା ବାନ୍ଧି ବିରୋଧ ପ୍ରଦର୍ଶନ କରିଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: