ଏଇ ସ୍କୁଲରେ 40 ଜଣ ପିଲାଙ୍କ ପାଇଁ ଦୁଇଟି ରୁମ ଥିବା ବେଳେ ଗୋଟିଏ ରୁମ ଡ୍ରେନ କାମ ଯୋଗୁଁ ଫାଟି ଯାଇଛି । ଫଳରେ ଗୋଟିଏ ରୁମରେ ଚାଲୁଛି ଦୁଇଟି ଶ୍ରେଣୀର କ୍ଲାସ। କେବଳ ଏତକି ନୁହେଁ ସ୍କୁଲକୁ ବିଦ୍ୟୁତ ଓ ପାଣି ମଧ୍ୟ ଏହି କାମ ଯୋଗୁଁ କାଟି ଦିଆଯାଇଛି । ଫଳରେ ଛାତ୍ର ଛାତ୍ରୀ, ଶିକ୍ଷକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେପଟେ ଦିନ କେଇଟା ପରେ ଅଛି ପିଲାଙ୍କ ପରୀକ୍ଷା । ଏ ପରିସ୍ଥିତିରେ କେମିତି ହେଵ ପରୀକ୍ଷା ତାକୁ ନେଇ ଚିନ୍ତାରେ ଉଭୟ ପିଲା ଆଉ ସ୍କୁଲ କର୍ତୃପକ୍ଷ।
ତେବେ ଦିର୍ଘ ଦିନ ହେଵ କଟକ ସହର ରେ ଵକ୍ସ ଡ୍ରେନ କାମ କରାଯାଉଛି । ମେରିଆ ବଜାର ବାରପଥର ନିକଟରୁ ନୂଆବଜାର ପର୍ଯ୍ୟନ୍ତ ଏହି ଵକ୍ସ ଡ୍ରେନ ନିର୍ମାଣ କାର୍ଯ୍ୟ କରାଯାଉଛି । ପ୍ରଶାସନର ଆବେହେଲା ପାଇଁ ଏହି କାମ ଠିକ ସମୟରେ ସାରିପାରୁନି। ଯଦି ଆଗକୁ କିଛି ଅଘଟଣ ଘଟେ ତେବେ ଏଥପାଇଁ କିଏ ଦାୟୀ ହେବ । ଯାହାର କୌଣସି ଉତ୍ତର ଦେଉନି କଟକ ଜିଲ୍ଲା ପ୍ରଶାସନ ।