ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ହୋଇଛି । ବାଲେଶ୍ବର ଜିଲ୍ଲା ସିମୁଳିଆ ନିକଟରେ ପରିସ୍ରା ବାହାନରେ ପୋଲିସକୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରିଥିଲା ହାଇଦର। ସାଙ୍ଗରେ ଥିବା ସୁରକ୍ଷା କର୍ମୀଙ୍କ ଠାରୁ ବନ୍ଧୁକ ଛଡାଇବା ସହ ଖସିବାକୁ ଉଦ୍ୟମ କରିଥିଲା ଗ୍ୟାଙ୍ଗଷ୍ଟର। ଏହି ସମୟରେ ପୋଲିସ ହାଇଦରକୁ ଏନକାଉଣ୍ଟର କରିଥିବା ବେଳେ ହାଇଦର ପେଟ ଓ ହାତରେ 4ଟି ଗୁଳି ବାଜିଥିଲା। ଏଥରେ ହାଇଦର ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାକୁ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
ତେବେ ବର୍ତ୍ତମାନ ହାଇଦରର ମୃତଦେହ ବାଲେଶ୍ବର ମେଡିକାଳର ଶବଗୃହରେ ରହିଥିବା ବେଳେ ଆଜି ଶବ ବ୍ୟବଛେଦ୍ଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।