ଗାଁଟି ବ୍ରାହ୍ମଣୀ ଅବାହିକାରେ ରହିଛି। ବନ୍ୟାପୀଡିତ ଧୋୟାଞ୍ଚଳରେ ଥିବା ଗାଁର ୩ଟି ୱାର୍ଡ ବଲୁରିଆ ଗ୍ରାମ ପଞ୍ଚାୟତରେ ଓ ୨ଟି ୱାର୍ଡ ନୂଆପଡ଼ା ପଞ୍ଚାୟତ ଅଧୀନରେ ରହିଛି । ନୂଆପଡା, ବଲୁରିଆ ୨ଟି ପଞ୍ଚାୟତ ଆଳି ତଟବନ୍ଧ ଅଞ୍ଚଳ ଅନ୍ତର୍ଭୁକ୍ତ ଥିବାରୁ ଏହି ଅଞ୍ଚଳର ଚାଷୀ ଫସଲ ବୀମା ଓ ଅନ୍ୟ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି !ବନ୍ୟା ଘେରରେ ଥାଇ ମଧ୍ୟ୍ୟ ବନ୍ୟା ସମୟରେ ଆସୁଥିବା ସହାୟତା ମିଳିପାରୁନି ଏମାନଙ୍କୁ !
ଶେଷରେ ନିରାସ ଗ୍ରାମବାସୀ କେନ୍ଦ୍ରାପଡ଼ା ଗସ୍ତରେ ଆସିଥିବା ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଦାବିପତ୍ର ପ୍ରଦାନ କରି ସିଦ୍ଧବାଲି ଗ୍ରାମକୁ ଅମୃତମଣୋହି ପଞ୍ଚାୟତରେ ସାମିଲ କରିବା ପାଇଁ ଦାବି କରିଛନ୍ତି । ଆଗାମୀ ଦିନରେ ସରକାର ଯଦି କୌଣସି ପଦକ୍ଷେପ ନନିଅନ୍ତି ତେବେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: