ଅଧିକ ପଢନ୍ତୁ :ବଡ଼ମ୍ବା ନରସିଂହପୁରରେ ଅଣାୟତ କରୁଛି ଦନ୍ତା ହାତୀ !
ଗତ ୫ ବର୍ଷ ଭିତରେ ଶିମିଳିପାଳ ସାଉଥରେ ୧୪ ଓ ନର୍ଥ ରେ ୩ ଟି ହାତୀଙ୍କ ମୃତ୍ୟୁ ହୋଇଥିବା ନେଇ ବିଧାନସଭାରେ କହିଛନ୍ତି ଜଙ୍ଗଲ ମନ୍ତ୍ରୀ । ତେବେ ବେସରକାରୀ ଭାବେ ଏ ସଂଖ୍ୟା ଢେର ଅଧିକ ବୋଲି କୁହାଯାଉଛି । ହାତୀ ମୃତ୍ୟୁକୁ ଲୁଚାଇବା ସହ ପ୍ରମାଣ ନଷ୍ଟର ଅପବାଦ ବି ରହିଛି ଜଙ୍ଗଲ ବିଭାଗ ନାଁରେ । ଜେନାବିଲ୍ ରେଞ୍ଜରେ ହାତୀ ହତ୍ୟାର ସାକ୍ଷୀ ତୁରାମ ପୂର୍ତ୍ତିର ହତ୍ୟା ଏହାର ବଡ ପ୍ରମାଣ । ୨୦୧୦ରେ ଏମିତି ୧୦ ଟି ଓ ୨୦୧୨ରେ ୮ଟି ହାତୀ ଶିକାର ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିଲା ବନ ବିଭାଗ । ଏବେ ବି କେବଳ ହାତୀ ନୁହେଁ ଅନ୍ୟ ଜନ୍ତୁ ଶିକାର ପରେ ପ୍ରମାଣ ନଷ୍ଟର ସଙ୍ଗୀନ ଅଭିଯୋଗ ବି ଆସିଛି ବନବିଭାଗ ବିରୋଧରେ । ଅଭୟାରଣ୍ୟରେ ଅବାଧ ଶିକାର ହେଉଥିଲେ ବି ଶିକାରୀ ଧରପଡୁଛନ୍ତି ନା ତାଙ୍କ ପଛରେ ଥିବା ରାକେଟ ପାଖରେ ପହଞ୍ଚି ପାରୁଛି ବନବିଭାଗ ।
ହାତୀ ପରି ଶିମିଳିପାଳ ଅଭୟାରଣ୍ୟ ଭିତରେ ବାଘ୍ ଶୀକାର ଉପରେ ଲାଗୁନି ଲଗାମ । ଉଦଳା, ଯଶିପୁର ଓ ବାଙ୍ଗିର ପୋଷିରେ ଗୋଟିଏ ମହାବଳ ଓ ଦୁଇଟି କଲରାପତରିଆ ବାଘ ଛାଲ ଜବତ ଏହାର ବଡ ପ୍ରମାଣ । ଜନ୍ତୁ ଶିକାରର ହିସାବ କହୁଛି ଗତ ୫ ବର୍ଷରେ ୨୭୭୬ ବନ୍ୟଜନ୍ତୁ ମରିଛନ୍ତି । ହେଲେ ଗିରଫ ହୋଇଛନ୍ତି ମାତ୍ର ୬୭ ଜଣ ଶିକାରୀ । ଓଡ଼ିଶାରେ ହାତୀ ମୃତ୍ୟୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନ ତଳେ ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦୃଢ ପଦକ୍ଷେପ ନେବାକୁ ଦେଇଥିଲେ ଆହ୍ବାନ । କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ମଧ୍ୟ ହସ୍ତକ୍ଷେପ ପାଇଁ କରିଥଲେ ଅନୁରୋଧ । ରାଜ୍ୟରେ ପ୍ରତିବର୍ଷ ହାରାହାରି 80 ହାତୀ ମୃତ୍ୟୁ ବରଣ କରୁଛନ୍ତି । ତେବେ ପ୍ରଶ୍ନ ହାତୀଙ୍କୁ ସୁରକ୍ଷା ଦେବା ବଦଳରେ ଶିକାରିଙ୍କୁ ସୁରକ୍ଷା ଦେଉଛି କି ବନବିଭାଗ ?