ଅର୍ଗସ ବ୍ୟୁରୋ : ଶ୍ରୀଲଙ୍କା ର କଲମ୍ବୋ ଠାରେ ୨୬ ଓ ୨୭ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଦକ୍ଷିଣ ଏସିଆ କରାଟେ ପ୍ରତିଯୋଗିତାରେ ଓଡିଶାର ଭାଲେନା ଭାଲେନ୍ଟିନା, ମଧୁପ୍ରିୟା ବାଇ ଓ ବ୍ରତତି ବିଶ୍ଵପ୍ରଭା ପତି ଙ୍କୁ କାଂସ୍ୟ ପଦକ ଲାଭ ହୋଇଛି । ଭାଲେନ୍ଟିନା ସିନିୟର ବେକ୍ତିଗତ ମହିଳା କାଟା ଓ ମଧୁପ୍ରିୟା କ୍ୟାଡେଟ ବେକ୍ତିଗତ ମହିଳା କାଟା ରେ ସେମିଫାଇନାଲ ରାଉଣ୍ଡ ରେ ଶ୍ରୀଲଙ୍କା ଓ ବାଂଲାଦେଶ ପ୍ରତିଯୋଗୀଙ୍କ ଠାରୁ ହାରି କାଂସ୍ୟ ପଦକ ରେ ସନ୍ତୁଷ୍ଟ ହୋଇଥିଲେ ।
ବ୍ରତତି ଶ୍ରୀଲଙ୍କା ପ୍ରତିଯୋଗୀଙ୍କ ସହ ସେମିଫାଇନାଲ ରାଉଣ୍ଡ ରେ ସମାନ ପଏଣ୍ଟ ଲାଭ କରିଥିଲେ ମଧ୍ୟ ପ୍ରଥମ ପଏଣ୍ଟ ଭିତ୍ତିରେ କାଂସ୍ୟ ପଦକ ଲାଭ କରିଥିଲେ । ପଦକ ବିଜେତା ପ୍ରତିଯୋଗୀ ମାନଙ୍କୁ ଓଡିଶା ରାଜ୍ୟ କରାଟେ ସଂଘର ସମ୍ପାଦକ ଡ଼.ଗୌରିମହାନ୍ତି ଓ କୋଚ ଡ. ହରି ପ୍ରସାଦ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି ।