ଏହାକୁ ବିରୋଧ କରିବାରୁ ବୁଦ୍ଧଦେବ ଚକ୍ରଙ୍କ ଘରେ ପଶି ତାଙ୍କ ନାବାଳିକା ଝିଅଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏହାକୁ ନବୀନ ଚକ୍ର ପ୍ରତିରୋଧ କରିବାରୁ ତାଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୂଜା କମିଟି ବୈଠକ ଚାଲିଥିବା ବେଳେ ଛୁରାମାଡ ସହ ଆକ୍ରମଣ

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ରେକୁଟିଆ ଗ୍ରାମରେ କାର୍ତ୍ତିକେଶ୍ୱର ପୂଜା କମିଟି ର ବୈଠକ ଚାଲିଥିଲା । ପୂଜାରେ ହୋଇଥିବା ଖର୍ଚ୍ଚ ହିସାବ ଚାଲିଥିବାବେଳେ କମିଟିର ସଭାପତି କରୁଣାକର ଚକ୍ରଙ୍କୁ ଗ୍ରାମର କେତେଜଣ ବ୍ୟକ୍ତି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାସହ ଆକ୍ରମଣ କରିଥିଲେ।
Download Argus News App
