ଗୋପାଳଙ୍କ ମେଡାଲ ତାଲିକା
ନୟାଗଡ଼: ଷ୍ଟାଫ ନର୍ସଙ୍କଠାରେ କରୋନା ପଜିଟିଭ ଚିହ୍ନଟ

ନୟାଗଡ଼: ନୟାଗଡ଼ରେ ଜଣେ ଷ୍ଟାଫ ନର୍ସଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି । ତେବେ ସମ୍ପୃକ୍ତ ଷ୍ଟାଫ ନର୍ସ ଜଣକ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଥିବାବେଳେ, ତାଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହେବାପରେ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିବା ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏଣୁ ସମ୍ପୃକ୍ତ ଷ୍ଟାଫ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋମ କ୍ୱାରେଣ୍ଟିନରେ ରଖାଯାଇଥିବା ଜଣାପଡିଛି । ଯେଉଁଭଳି ଭାବରେ ଦିନକୁ ଦିନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି ଏହାକୁ ରୋକିବା ପାଇଁ ସାମାଜିକ ଦୂରତା ନିହାତି ଆବଶ୍ୟକ ।
Download Argus News App
