ସେପଟେ ତାରିଖ ଘୋଷଣା ପରେ ଗ୍ରାଉଣ୍ଡ ମୁହାଁ ବିଜେପି-ବିଜେଡି ନେତା । ଦିନିକିଆ ଗସ୍ତରେ ନବରଙ୍ଗପୁର ଆସି ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି ଛତିଶଗଡ ଉପ ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା । ଗସ୍ତ ଅବସରରେ ମୋଟର ସାଇକେଲରେ ରାଲିରେ ସହର ପରିକ୍ରମା କରିବା ସହ ଚାହା ଦୋକାନ ରେ ଅଟକି ଲୋକଙ୍କ ଚର୍ଚ୍ଚା କରିଥିଲେ । ଏହା ପରେ କର୍ମୀଙ୍କ ସହ ଆଲୋଚନା କରିବା ପରେ ବ୍ୟବସାୟୀ ସଂଘ ସହ କରିଥିଲେ ଆଲୋଚନା । ଶେଷରେ ଲାଭାର୍ଥି ଯୋଜନା ସମ୍ମିଳନୀ, ଜନ ସଂପର୍କ ଶିବିରରେ ଯୋଗ ଦେବା ସହ ଆବାସ ଯୋଜନା ହିତାଧିକାରୀ ଙ୍କ ଘରକୁ ଯାଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅନ୍ୟପଟେ ସଂସଦୀୟ କ୍ଷତ୍ରର ସମୀକ୍ଷା କରି ନବୀନ ଟିକେଟ୍ ଅଙ୍କ କଷୁଥିବା ବେଳେ ଆଶା ଆଶଙ୍କାରେ ରହିଛନ୍ତି ବିଜେଡି ନେତା । ତଥାପି ସୁପ୍ରିମୋଙ୍କ ନିର୍ଦେଶ ଅନୁଯାୟୀ ସମୀକ୍ଷା ପରେ ଗ୍ରାଉଣ୍ଡ ଯିବାକୁ ପ୍ରସ୍ତୁତି ଚଳାଇଛନ୍ତି ଆଗଧାଡିର ନେତା । ଏ ସବୁଭିତରେ ଓ୍ବେଟ୍ ଆଣ୍ଡ ଓ୍ବାଚ୍ ପଲିସିରେ ଦଳ ଡିଆଁ ନେତାଙ୍କୁ ଅପେକ୍ଷା କରିଛି କଂଗ୍ରେସ । ନିର୍ବାଚନ ପ୍ରସ୍ତୁତି ଅଳ୍ପ ମାତ୍ରାରେ ଗତି ଧରିଥିବା ବେଳେ ତିନି ଦଳ କେବେ ସୁଧା ପ୍ରାର୍ଥୀଙ୍କ ନାମ ଘୋଷଣା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।