୧୯୯୮ ଲୋକସଭା ନିର୍ବାଚନରେ ବିଜେଡି ୯ଟି ଓ ବିଜେପି ଜିତିଥିଲା ୭ ଟି ଆସନ । ବାଜପେୟୀ ସରକାର ଭାଙ୍ଗିବା ପରେ ୧୯୯୯ରେ ପୁଣି ଲୋକସଭା ନିର୍ବାଚନରେ ଦୁହେଁ ଏକାଠି ଲଢିଥିଲେ । ବିଜେଡି ଖାତାକୁ ଯାଇଥିଲା ୧୦ ଓ ବିଜେପି ଜିତିଥିଲା ୯ ଟି ଆସନ । ୨୦୦୪ ସାଧାରଣ ନିର୍ବାଚନରେ ୨୧ ଲୋକସଭାରୁ ବିଜେଡି ଜିତିଥିଲା ୧୧ ଟି ଆସନ ଓ ବିଜେପି ଖାତାକୁ ଯାଇଥିଲା ୭ ଟି ଆସନ । ୨୦୦୦ ଓ ୨୦୦୪ରେ ବିଧାନସଭା ନିର୍ବାଚନରେ ୪-୩ ଅନୁପାତରେ ହୋଇଥିଲା ଆସନ ବୁଝାମଣା । ବିଜେଡି ୮୪ଟି ଓ ବିଜେପି ୬୩ଟି ଆସନରେ ଲଢିଥିଲେ । ୨୦୦୯ରେ ଏନଡିଏରୁ ଓହରି ଯାଇଥିଲା ବିଜେଡି । ଏବେ ୧୫ ବର୍ଷ ପରେ ପୁଣି ଦୁଇ ଦଳ ମଧ୍ୟରେ ମେଣ୍ଟ ହେବାକୁ ଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ ରାଜ୍ୟରେ ଯଦି ମେଣ୍ଟ ହୁଏ ତାହାର ଫାଇଦା କଣ କଂଗ୍ରେସ ନେଇ ପାରିବ କି ୟାକୁ ନେଇ ବି ଅନେକ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି । କାରଣ କଂଗ୍ରେସ ଇତିହାସ କହୁଛି କମ କୋହୁଛି ଆସନ୍ତୁ ଜାଣିବା । କେମିତି ଦିନକୁ ଦିନ ରସାତଳଗାମୀ ହେଉଛି ରାଜ୍ୟ କଂଗ୍ରେସ । ୨୦୦୯ ମସିହାରେ ୩୩ ପ୍ରତିଶତ ଭୋଟ ପାଇଥିବା କଂଗ୍ରେସ ୨୦୧୯ ମସିହାରେ ପାଇଥିଲା ୧୬ ପ୍ରତିଶତ ଭୋଟ । ଲୋକସଭାରେ ଦଳକୁ ଗୋଟିଏ ଆସନ ସହ ଦଳ ସପକ୍ଷରେ ମାତ୍ର ୧୩.୯୯ ପ୍ରତିଶତ ଭୋଟ୍ ପଡିଥିଲା । ଆଉ ୨୦୧୯ ପରେ ମଧ୍ୟ ରାଜ୍ୟରେ ହୋଇଥିବା ଉପନିର୍ବାଚନ ଗୁଡିକରେ କଂଗ୍ରେସର ଗ୍ରାଫ ଭୟଙ୍କର ଭାବେ ଖସିବାକୁ ଲାଗିଥିଲା । ପାଟକୁରା, ବିଜେପୁର, ବାଲେଶ୍ବର, ଧାମନଗର, ପଦମପୁର, ଝାରସୁଗୁଡାରେ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ଯଥାକମ୍ରେ ୧.୨ ପ୍ରତିଶତ, ୩.୨ ପ୍ରତିଶତ ଓ ୩.୦୭ ପ୍ରତିଶତ ଭଳି ଭୋଟ ପାଇ ଅମାନତ ହରାଇଥିଲା । ସେହିପରି ପଂଚାୟତ ଓ ପୌର ନିର୍ବାଚନରେ ବି ଦଳ ଧରାଶାୟୀ ହୋଇଯାଇଛି । ଏଭଳି ସ୍ଥିତିରେ ବିଜେପି ବିଜେଡି ମେଣ୍ଟ ହେଲେ କଂଗ୍ରେସ ସ୍ଥାନ କଣ ହେବ ତାକୁ ନେଇ ସନ୍ଦେହ ।