ସମାଜର ଥିବା କଷ୍ଟ ଓ ଦୁଃଖରୁ ଉର୍ଦ୍ଧ୍ୱରେ ରହି ସମସ୍ୟାର ସମାଧାନ କରିବା ସହ ଅନ୍ୟାୟ ହେଲେ ବି ପ୍ରଭାବଶାଳୀ ଲୋକଙ୍କ ବିରୋଧରେ ଲଢିବାକୁ ପଛାଇବା ନାହିଁ, ଏପରି ବିଚାର ସେ ରଖୁଥିଲେ । ସମାଜର ବଂଚିତ ବର୍ଗଙ୍କ ସେବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସମର୍ପଣ ଭାବନା ତିଆରି କରିବା ପାଇଁ ସ୍ୱାମଜୀ ପ୍ରେରିତ କରୁଥିଲେ । ସେ ଓଡ଼ିଶାରେ ସମାଜିକ ସମରସତାର ସବୁଠୁ ବଡ ଉଦାହରଣ ତିଆରି କରିଥିଲେ ।
ସ୍ୱାମୀଜୀ ଓଡ଼ିଶାରେ ସମାଜିକ ସମରସତାର ସବୁଠୁ ବଡ ଉଦାହରଣ ତିଆରି କରିଥିଲେ । ସ୍ୱାମୀଜୀ ଯେଉଁଭଳି ଜନଜାତି ପିଲାଙ୍କୁ ସଂସ୍କାର ଦେଉଥିଲେ ସେହିଭଳି ତାଙ୍କର ଜନ୍ମମାଟି ଗୁରୁଜାଙ୍ଗରେ ଛାତ୍ରଛାତ୍ରୀଙ୍କୁ ସେହି ସଂସ୍କାରରେ ସଂସ୍କୃତ ସହ ବେଦ ପଢାଇବାର ଯୋଜନା କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହି ଅଲୌକିକ ଦୁନିଆରେ ସ୍ୱାମୀ ଲକ୍ଷ୍ମଣାନନ୍ଦଜୀ ସମସ୍ତଙ୍କର, ସମଗ୍ର ଦେଶ ଓ ବିଶ୍ୱର, ସମସ୍ତ ସନାତନୀ ମାନଙ୍କର । ଓଡ଼ିଶାର ଉପାନ୍ତ ଅଞ୍ଚଳ କନ୍ଧମାଳ ସେ ଜାତି, ଧର୍ମ ଓ ଦେଶ ପାଇଁ ବଳିଦାନ ଦେଇଥିଲେ । ସ୍ୱାମୀ ଲକ୍ଷ୍ମଣାନନ୍ଦଜୀଙ୍କ ଜନ୍ମସ୍ଥାନରେ ତାଙ୍କ ସ୍ମୃତିରେ ଭକ୍ତ ମାନଙ୍କର ଆଗ୍ରହ ଓ ପ୍ରଚେଷ୍ଟା କାରଣରୁ ଆଜି ତାଙ୍କର ଏକ ପୂର୍ଣ୍ଣ ଅବୟବ ମୂର୍ତ୍ତି ଉନ୍ମୋଚନ ହୋଇଛି।
ହେଲେ ଆଜି ବି ସେ କାଳ ରାତି କାହାର ମନରୁ ଲିଭିନି । ବର୍ଷ 2008 । ତାରିଖ ଅଗଷ୍ଟ 23 । ଜନ୍ମାଷ୍ଟମୀ ରାତି । ସ୍ଥାନ ଜଲେଶପଟା ଆଶ୍ରମ । ଦୁବୃର୍ତ୍ତମାନେ ଜଲେଶପଟା ଆଶ୍ରମରେ ପଶି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କର ୪ ଜଣ ଅନୁଗାମୀଙ୍କୁ ଗୁଳି କରି ନର୍ମମ ଭାବେ ହତ୍ୟା କରନ୍ତି । ପରେ ଏହି ଘଟଣାକୁ ନେଇ କନ୍ଧମାଳରେ ହିଂସା ସୃଷ୍ଟି ହୋଇ ଦଙ୍ଗାର ରୂପ ନିଏ । ଏଥିରେ ବହୁ ଲୋକଙ୍କ ଜୀବନ ଯିବା ସହ ବ୍ୟାପକ ଧନ ସମ୍ପତ୍ତି ନଷ୍ଟ ହୁଏ । ଏହି ସମ୍ବେଦନଶୀଳ ଘଟଣା କେବଳ ରାଜ୍ୟ କାହିଁକି ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା । ଏହି ଘଟଣାରେ ସମସ୍ତ ଅଭିଯୁକ୍ତ ଅଦ୍ୟାବଧି ଗିରଫ ହୋଇ ନଥିବାବେଳେ ଦତନ୍ତ କମିସନଙ୍କ ରିପୋର୍ଟକୁ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ସାର୍ବଜନୀନ କରି ନାହାନ୍ତି ।