ଅର୍ଗସ ବ୍ୟୁରୋ : ୪ରି ଜାନିଆରୀରୁ ଆରମ୍ଭ ହୋଇଥିଲା ପଦ ଯାତ୍ରା । ଆଜିକି ହୋଇଗଲା ୨୬ ଦିନ । ତଥାପି ଥକିନି ପାଦ ନା ଦୁର୍ବଳ ହେଇଛି ଶରୀର । ଆହୁରି ରହିଛି ଅନେକ ରାସ୍ତା ଚାଲିବାକୁ । ରାମ ଦର୍ଶନ ପାଇଁ ତାଳଚେରରୁ ବାହାରି ଥିଲେ ସୁଭମ ସାହୁ । ମନରେ ଲକ୍ଷ ଥିଲା ଅଯୋଧ୍ୟ ରାମ ମନ୍ଦିରର ରାମଲାଲାଙ୍କୁ ଦର୍ଶନ କରିବା । ଆଜିକି ଏହି ଯାତ୍ରାର ହେଲାଣି ୨୬ ଦିନ । ଯାହା ସହଜ ନୁହେଁ । ମନରେ ଭକ୍ତି ଥିଲେ ଆଜିର ସମୟରେ ବି ସମ୍ଭବ ହୋଇପାରିବ । ଭାଗବାନ ରାମଙ୍କ ଆର୍ଶିବାଦ ରହିଲେ ପଙ୍ଗୁ ବି ଲଂଘୟତେ ଗିରି । ଯାହା ପ୍ରମାଣ କରି ଦେଖାଇଛନ୍ତି ତାଳଚେରର ସୁଭମ ସାହୁ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗତ ତାରିଖ ଜାନୁଆରୀ ୨୨ ତାରିଖରେ ଶଙ୍ଖ ନାଦ, ମଙ୍ଗଳ ବାଦ୍ୟ ଓ ବେଦପାଠ ମନ୍ତ୍ରୋଚ୍ଚାରଣରେ ରୋମାଞ୍ଚିତ ହୋଇଥିଲା ଅଯୋଧ୍ୟ ନଗରୀ । ଆସିଥିଲା ସେହି ଦିବ୍ୟ ମୁହୂର୍ତ୍ତ, ଯାହାକୁ ଥିଲା ଶହ ଶହ ବର୍ଷର ପ୍ରତୀକ୍ଷା । ଅବଧପୁରୀରେ ହେଲା ଶ୍ରୀରାମଲାଲାଙ୍କ ପ୍ରାଣପ୍ରତିଷ୍ଠା । ବିଶ୍ବ ଦେଖିଲା ରାମଲାଲାଙ୍କର ସେହି ଭବ୍ୟ ସ୍ବରୂପ । ଗର୍ଭଗୃହରେ ବିରାଜମାନ କରିଥିଲେ ମର୍ଯ୍ୟାଦା ପୁରୁଷୋତ୍ତମ ।