ମହିଳାଙ୍କ ବିରୋଧରେ ଅସଦାଚରଣ ଓଡ଼ିଶାରେ ଅଧିକ । ଦିନ ହେଉକି ରାତି ଅଭିଯୋଗ ଶୁଣ । ଜନସାଧାରଣଙ୍କ ପୋଲିସ୍ ହେଉଛି ବନ୍ଧୁ । ଜନତାଙ୍କ ମଧ୍ୟରେ ପୋଲିସ୍ ବିଶ୍ବାସ ଆଣୁ । ସପ୍ତାହେ ଭିତରେ ପେଣ୍ଡିଂ କେସ୍ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସିଏମ୍ ଆହୁରି କହିଛନ୍ତି, ରାଜ୍ୟରେ ମାଓବାଦୀଙ୍କ ପ୍ରଭାବ ହ୍ରାସ ପାଉଛି ।... କେନ୍ଦ୍ର ସରକାରଙ୍କ ସହଭାଗିତାରେ ନକ୍ସଲମାନଙ୍କୁ ଓଡ଼ିଶାରୁ ନିପାତ କରିବା ଲାଗି ଆମ ସରକାର ଦୃଢ ସଙ୍କଳ୍ପବଦ୍ଧ । ପୋଲିସ୍ ବାହିନୀକୁ ସୁଦୃଢ କରିବା ଲାଗି ଆବଶ୍ୟକ ସରଞ୍ଜାମ, ଅସ୍ତ୍ରଶସ୍ତ୍ର, ପ୍ରଶିକ୍ଷଣ, ଉପକରଣ, ଯାନବାହାନ ଯଥାଶୀଘ୍ର ସରକାର ଯୋଗାଇ ଦେବ । ମାଓ ପ୍ରବଣ ଜିଲ୍ଲା ଗୁଡ଼ିକରେ ଆରକ୍ଷୀ ଅଧିକ୍ଷକ ମାନେ ମାଓବାଦୀ କାର୍ଯ୍ୟକଳାପ ରୋକିବା ଲାଗି ସଂକଳ୍ପବଦ୍ଧ ହେବାର ଆବଶକ୍ୟତା ରହିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: