ଅଧିକ ପଢନ୍ତୁ ଓଡ଼ିଶା ଖବର
ଜାମ୍ମୁ ଓ କାଶ୍ମୀରରୁ ଉଚ୍ଛେଦ ଧାରା ୩୭୦ ବର୍ତମାନ ଇତିହାସ ପାଲଟିଛି । ଦେଶର ଏକତା ଓ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ଇଛାଶକ୍ତିକୁ ସଠିକ୍ ବୋଲି ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ କରିଛନ୍ତି । “ଏକ ଭାରତ ଶ୍ରେଷ୍ଠ ଭାରତ” ମୋଦିଜୀଙ୍କ ବିଚାରଧାରାର ମୂଳଭାବ । ଆଜିର ଏହି ଐତିହାସିକ ନିଷ୍ପତି କେବଳ ଏବଂ ନ୍ୟାୟିକ ନିଷ୍ପତି ନୁହେଁ । ଏହା ନିଶ୍ଚିତଭାବେ ଆଶାର କିରଣ, ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଶ୍ରୁତି, ମଜଭୁତ ଏକଜୁଟ ଭାରତ ବର୍ଷର ନିର୍ମାଣର ସାମୁହିକ ସଂକଳ୍ପର ପ୍ରମାଣ ବୋଲି ଶ୍ରୀ ସାମଲ କହିଛନ୍ତି ।
ଆଜିର ଏହି ଐତିହାସିକ ରାୟ ସ୍ପଷ୍ଟ କରିଛି ଯେ, ଜାମ୍ମୁ-କାଶ୍ମୀର ଭାରତବର୍ଷର ଅଭିନ୍ନ ଅଙ୍ଗ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀର ଓ ଲଦାଖରେ ସ୍ଥାୟୀ ପ୍ରତିଷ୍ଠା ଏବଂ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିବଦ୍ଧ ବୋଲି ଶ୍ରୀ ସାମଲ କହିଛନ୍ତି ।