ଅର୍ଗସ ବ୍ୟୁରୋ : ପ୍ରତାରଣା ଦେବାରେ ନବୀନ ନମ୍ବର ୱାନ । ଆଉ ନୁହେଁ ତ କଣ ? ଭୁବନେଶ୍ଵର ଲୋକସଭା ଆସନରୁ ଶ୍ରୀମୟଙ୍କୁ ପ୍ରାର୍ଥୀ କରିବାକୁ କୁଆଡ଼େ ପ୍ରତିଶ୍ରୁତି ଦେଇଥିଲେ ପାଣ୍ଡିଆନ । ହେଲେ ସେ ପ୍ରତିଶ୍ରୁତି ସେ ରକ୍ଷା କରିବାରେ କେତେ ସଫଳ ହେଲେ ତାହା ଆପଣମାନେ ବି ଦେଖିଲେ । ଖାଲି ଏତିକି ନୁହେଁ ବରଂ ଟିକଟ ନପାଇବା ପରେ କୁଆଡେ ଶ୍ରୀମୟୀ ବିଜେଡ଼ିକୁ ବର୍ବାଦ କରିଦେବେ ବୋଲି ପ୍ରତିଜ୍ଞା ନେଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ।
ବିଜେଡି କୁହେ ଗୋଟେ କରେ ଆଉ ଗୋଟାଏ । ଧୋକା ଦେବାରେ ତ ସେ ମାହିର । ଏ କଥା ଆମେ କାହିଁକି କହିଲୁ ସେ ନେଇ ମନରେ ପ୍ରଶ୍ନ ଆସୁଥିବ । କିନ୍ତୁ ମହିଳାଙ୍କ ସହ ବିଜେଡି ଯେମିତି ଭାବରେ ଖେଳ ଖେଳୁଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ ମହିଳାଙ୍କ ଲାଗି ଆଦୌ ସମ୍ବେଦନଶୀଳ ନୁହେଁ ବିଜେଡି । ଯଦି ସମ୍ବେଦନଶୀଳ ଥାଆନ୍ତା ତାହାଲେ ଶ୍ରୀମୟଙ୍କୁ ଏମିତି ହତାଦାର କରିନଥାନ୍ତା କି ଦେବଗଡ଼ ରାଣୀ ଅରୁନ୍ଧତୀ କୁମାରୀ ଦେବୀଙ୍କ ଟିକେଟ୍ ପ୍ରତ୍ୟାହାର ହୋଇନଥାନ୍ତା । ନିଜର ଆଗଧାଡ଼ିର ନେତ୍ରୀଙ୍କ ପ୍ରତି ଏଭଳି ରୁକ୍ଷ ଆଚରଣକୁ ନେଇ କିଛି ନେତ୍ରୀ ଏବେ ଦଳ ଛାଡ଼ି ଥିବାବେଳେ ଅନ୍ୟ ଦଳୀୟ ମହିଳା କର୍ମୀ ଓ ସାଧାରଣ ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଥିବା ସାଧାରଣରେ ଚର୍ଚ୍ଚା ।
ଦଳ ପାଇଁ ଯେଉଁମାନେ କାମ କରୁଛନ୍ତି ସେମାନଙ୍କୁ ଦଳ ଆଉ ପଚାରୁନି । ସେଇଥି ଲାଗି ତ ଗୋଷ୍ଠୀ କନ୍ଦଳଠୁ ଆରମ୍ଭ କରି ଅସନ୍ତୋଷ ବି ତୀବ୍ର ହେଲାଣି । ଯାହା ତ ଥିଲାଥିଲା...ନିର୍ବାଚନ ପୂର୍ବରୁ ଟିକଟ କାଟିବାକୁ ନେଇ ଆହୁରି ଅସନ୍ତୋଷ ବଢିଲା । ଖାସ୍ କରି ଦେବଗଡ଼ ରାଣୀ ଅରୁନ୍ଧତୀ କୁମାରୀ ଦେବୀ ଗତ ଏପ୍ରିଲ ୧୬ତାରିଖରେ ନବୀନ ନିବାସ ଆସି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିଲେ । ମାତ୍ର ୨ଦିନ ମଧ୍ୟରେ ବିଜେଡି ତାଙ୍କୁ ଦେବଗଡ଼ ବିଧାନସଭା ଆସନରୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କଠୁ ଟିକଟ ନେଇଗଲା । ଖାଲି ସଂଧ୍ୟା କାହିଁକି ? ବରଂ ଶ୍ରୀମୟୀଙ୍କ ସହ ଦଳ ଯାହା କଲା ତାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ନିର୍ବାଚନ ପୂର୍ବରୁ ସେ ଯେମିତି ଭାବରେ ରାଲି, ସଭାସମିତି କରୁଥିଲେ ସେଥିରୁ ଗୋଟିଏ କଥା ସ୍ପଷ୍ଟ ଥିଲା କି ଏଥର ସେ ହିଁ ଭୁବନେଶ୍ଵରରୁ ପ୍ରାର୍ଥୀ ହେବେ ବୋଲି । କିନ୍ତୁ ପାଣ୍ଡିଆନ ତାଙ୍କୁ ଟିକଟ ନଦେଇଥିବାରୁ ଏବେ ଚର୍ଚ୍ଚା ଜୋର ।