ପାଣି ଯୋଗାଇ ଦେବା ପାଇଁ ଗାଁ ଦାଣ୍ଡରେ ଦୀର୍ଘ ବର୍ଷ ଧରି ମାଳ ମାଳ ଟ୍ୟାପ ଲଗାଯାଇଛି । ହେଲେ ଆସୁନି ପାଣି। ଫଳରେ ବର୍ଷ ତମାମ ବୋରୱଲ ଉପରେ ନିର୍ଭର କରିଥାନ୍ତି ଗାଁ ଲୋକେ। ଗାଁ ମୁଣ୍ଡରେ ବସୁଧା ଯୋଜନାରେ ୫୦,୦୦୦ ଲିଟର ବିଶିଷ୍ଟ ଏକ ବିରାଟକାୟ ପାଣି ଟାଙ୍କି ନିର୍ମାଣ କରାଯାଇଛି। ଗାଁ ଦାଣ୍ଡରେ ପାଇପ ମଧ୍ୟ ବିଛାଯାଇଛି। ହେଲେ ଟାଙ୍କି କାମରେ ଆସୁନି। ବିନା ବ୍ୟବହାରରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ପାଣି ଟାଙ୍କି। ଏଭିତରେ ଟାଙ୍କିରେ ବ୍ୟବହୃତ ସାରଞ୍ଜାମ ଏବଂ ପାଇପ ଗୁଡିକ ମଧ୍ୟ ନଷ୍ଟ ହେବାକୁ ବସିଲାଣି। କିନ୍ତୁ ଆଯିବି ଗ୍ରାମବସୀ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ବର୍ଷ ବର୍ଷ ଧରି ଗାଁରେ ଲାଗି ରହିଛି ପାନୀୟ ଜଳ ସମସ୍ୟା। ଏହାର ସମାଧାନ ପାଇଁ ବସୁଧା ଯୋଜନାରେ ପାଣି ଟାଙ୍କି ମଧ୍ୟ ନିର୍ମାଣ କରାଯାଇଛି। ହେଲେ କାମରେ ଆସୁନି ପ୍ରକଳ୍ପ। ଏପଟେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ।
ଅଧିକ ପଢନ୍ତୁ ଓଡ଼ିଶା ଖବର