ଘର
ଓଡ଼ିଶା
ରୋଗୀଙ୍କର ବିଭିନ୍ନ ନମୁନା ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଡ୍ରୋନ ସେବା
ରୋଗୀଙ୍କର ବିଭିନ୍ନ ନମୁନା ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଡ୍ରୋନ ସେବା
by Banajyotshna Ray
ଅର୍ଗସ ବ୍ୟୁରୋ: ଦୁର୍ଗମ ଅଞ୍ଚଳରେ ପହଞ୍ଚିଲା ଡ୍ରୋନ୍ । ଦୁର୍ଗମ ଅଂଚଳକୁ ଔଷଧ ସହିତ ରୋଗୀଙ୍କର ବିଭିନ୍ନ ନମୁନା ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଡ୍ରେ|ନ ଦ୍ୱରା ସହଯୋଗ ନେବା ଆରମ୍ଭ । ୟୁଏସଏଆଇଡି ଏବଂ ରେଡୱିଙ୍ଗ୍ ସଂସ୍ଥାର ସହଯୋଗରେ ଜିଲ୍ଲା ପ୍ରଶାସନ ପ୍ରଥମ କରି ଜିଲ୍ଲାର ଦୁଇଟି ଦୁର୍ଗମ ବ୍ଲକ କଲ୍ୟାଣସିଂହପୁର ଏବଂ ଗୁଡ଼ାରି ମେଡିକାଲକୁ ଔଷଧ ପଠାବା ନିମନ୍ତେ ବ୍ୟବହାର କରାଯାଇଛି । ଏହା ଯଦି ସଫଳ ହୁଏ ତେବେ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ବ୍ଲକ ସହ ଦୁର୍ଗମ ଅଞ୍ଚଳରେ ଡ୍ରେ|ନ ସାହାଯ୍ୟରେ ନମୁନା ଓ ରୋଗୀ ମାନଙ୍କ ନିମନ୍ତେ ଅତି ଅଵଶ୍ୟକୟ ଔଷଧ ପଠାଯିବ ବୋଲି ଜଣାପଡିଛି।
ଆସନ୍ତା କିଛି ଦିନ ପାଇଁ ଜିଲ୍ଲାର ଏହି ଦୁଇଟି ବ୍ଲକରେ ଡ୍ରେନ ସାହାଯ୍ୟରେ ଔଷଧ ଓ ନମୁନା ପରୀକ୍ଷା ପାଇଁ ପଠାଯିବାର ବ୍ୟବସ୍ଥା କରାଯିବ। ଏହାକୁ ହ୍ୟାଣ୍ଡେଲ କରିବା ପାଇଁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଅଭିଜ୍ଞ ବ୍ୟକ୍ତି ଏହି ଡ୍ରୋନକୁ ପରିଚାଳନା କରିବେ । ଡ୍ରୋନରେ ସମସ୍ତ ପ୍ରକାର ଔଷଧ ଗଚ୍ଛିତ କରି ରଖିବା ପରେ ଡ୍ରୋନକୁ ବ୍ଲକ ସଦର ମହକୁମାମାନଙ୍କୁ ପଠାଯିବ । ଏଥିରେ ସମୟର ଅପଚୟ ସହିତ ରୋଗୀ ମଧ୍ୟ ଅପ ଖର୍ଚ୍ଚlନ୍ତରୁ ବଞ୍ଚିତ ହେବେ।
ଅଧିକ ପଢ଼ନ୍ତୁ ଓଡିଶା ଖବର: