ଆଜି ପାଣି ପିଇବା ପାଇଁ ଡହଳ ବିକଳ ହୋଇ ଖୋଜି ଖୋଜି ଆସି ଫସିଥିଲେ ବଡ଼ମ୍ବା ବ୍ଲକ ବେଲିହାପାଳ ର ଏକ ନାଳ ରେ । ତିନୋଟି ହାତୀ ଆଜି ସକାଳୁ ଏକ ନାଳ ରେ ଫସିରହିଥିବା ବେଳେ । ଉଦ୍ଧାର କରିବା ନିମନ୍ତେ ବଡ଼ମ୍ବା ବନ ବିଭାଗ ପ୍ରୟାସ ଜାରି ରଖିଛି ।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ବଡ଼ମ୍ବା ବନାଞ୍ଚଳ ବେଲିଆପାଡ଼ କିମ୍ଭିରୀ ନାଳରେ ଫସିଛନ୍ତି ହାତୀ । ୨ ଦନ୍ତା ଓ ମାଇ ହାତୀ ନାଳରେ ଅଟକି ରହିଛନ୍ତି।ବନବିଭାଗ ଖବର ପାଇବା ପରେ । ବନ ବିଭାଗ, ଦମକଳ, ପୋଲିସ୍ କର୍ମଚାରୀ ଉପସ୍ଥିତ ରହି ଏହା ଉପରେ ନଜର ରଖିଛନ୍ତି। ଉଦ୍ଧାର ପାଇଁ ବନ ବିଭାଗ, ଅଗ୍ନିଶମ ବାହିନୀ ଓ ପୋଲିସର ଉଦ୍ୟମ ଯାରି ରହିଛି। କିପରି ଭାବରେ ହାତୀଟି ସୁରକ୍ଷିତ ଭାବରେ ଉଦ୍ଧାର କରାଯିବ ତାହାପ୍ରତି ଧ୍ୟନ ଦିଯାଉଛି ।
ଆଜି ପାଣି ପିଇବା ପାଇଁ ଡହଳ ବିକଳ ହୋଇ ଖୋଜି ଖୋଜି ଆସି ଫସିଥିଲେ ବଡ଼ମ୍ବା ବ୍ଲକ ବେଲିହାପାଳ ର ଏକ ନାଳ ରେ । ତିନୋଟି ହାତୀ ଆଜି ସକାଳୁ ଏକ ନାଳ ରେ ଫସିରହିଥିବା ବେଳେ । ଉଦ୍ଧାର କରିବା ନିମନ୍ତେ ବଡ଼ମ୍ବା ବନ ବିଭାଗ ପ୍ରୟାସ ଜାରି ରଖିଛି ।
ଅଧିକ ପଢନ୍ତୁ ଭାରତ ଖବର
ସୁବର୍ଣ୍ଣପୁର: ମହଙ୍ଗା ପଡିଲା ବିଷଧର ନାଗ ସାପ ସହ ଖେଳ । ବିଷଧର ନାଗ ସାପ କାମୁଡାରେ ସାପ ଧରାଳିଙ୍କ ମୃତ୍ୟୁ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ପରିସରରେ ଘଟିଛି ଅଘଟଣ ।
ସୂଚନା ଅନୁସାରେ, ଚମ୍ପାମଳ ଗାଁର ଜଣଙ୍କ ଘରୁ ଏକ ନାଗ ସାପ ବାହାରିଥିବାବେଳେ ସାପ ଧରିବା ପାଇଁ ମେଣ୍ଡାମାଳ ଗାଁର ଗୌର କୁମ୍ଭାରକୁ ସେ ଖବର ଦେଇଥିଲେ । ଗୌର ସେଠାକୁ ଯାଇ ସାପକୁ ଉଦ୍ଧାର କରି ଏକ ପ୍ଲାଷ୍ଟିକ ଜାରରେ ଧରି କୌଣସି କାମରେ ବୀରମହାରାଜପୁର ଥାନାକୁ ଆସିଥିଲେ । ତେବେ ଥାନାରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଆଗରେ ସାପକୁ ଜାରରୁ ବାହାର କରି ଦେଖାଇଥିଲେ । ଦେଖି ସାରି ସାପକୁ ପୁଣି ଡବା ଭିତରେ ଭରିବା ସମୟରେ ଗୌରଙ୍କ ହାତରେ ଚୋଟ ମାରିଥିଲା ବିଷଧର ନାଗସାପ ।
ତୁରନ୍ତ ଗୌରଙ୍କୁ ପୋଲିସ ଭ୍ୟାନରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘଷୋଣା କରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ସଲମାନ ଖାନଙ୍କୁ ବର୍ତ୍ତମାନ ୫୮ ବର୍ଷ ବୟସ । ତଥାପି ଏହି ବୟସରେ ସେ ଅବିବାହିତ ଅଛନ୍ତି। ସଲମାନ ଏପର୍ଯ୍ୟନ୍ତ କାହିଁକି ବିବାହ କରିନାହାଁନ୍ତି କିମ୍ବା ସେ କାହିଁକି ବିବାହ କରୁନାହାଁନ୍ତି ସମସ୍ତେ ଏହି ପ୍ରଶ୍ନକୁ ଅପେକ୍ଷା କରିଛନ୍ତି । କିନ୍ତୁ ବର୍ତ୍ତମାନ ସଲିମ ଖାନ ଏହି ରହସ୍ୟର କଥା କହିଛନ୍ତି । ଲକ୍ଷ, ଲକ୍ଷ ଝିଅଙ୍କର ବଲିଉଡର ପ୍ରିୟ ଅଭିନେତା ସଲମାନ ଖାନଙ୍କ ପ୍ରେମରେ ପଡିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ କ୍ୟାରିଅରରେ ସେ ନିଜର କାମ ପାଇଁ ହେଡଲାଇନରେ ରହିଛନ୍ତି । ତଥାପି ୫୮ ବର୍ଷ ବୟସରେ ଅବିବାହିତ କାହିଁକି। ବର୍ତ୍ତମାନ ସଲିମ ଖାନ ନିଜେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି।
ସଲମାନ ଖାନଙ୍କ ପ୍ରଶଂସକମାନେ ପ୍ରାୟତଃ ପ୍ରଶ୍ନ କରନ୍ତି ଯେ ସଲମାନ କେବେ ବିବାହ କରିବେ। ସଲମାନ ତାଙ୍କ ଚଳଚ୍ଚିତ୍ରର ପ୍ରମୋସନରେ କିମ୍ବା ବିଗ୍ ବସ୍ ସେଟ୍ କିମ୍ବା ଅନ୍ୟ କୌଣସି ସ୍ଥାନରେ ତାଙ୍କ ପ୍ରଶଂସକଙ୍କ ସହ ମୁହାଁମୁହିଁ ହେଲେ ସମସ୍ତଙ୍କର କେବଳ ଗୋଟିଏ ପ୍ରଶ୍ନ ଅଛି ଯେ ଆପଣ କେବେ ବିବାହ କରିବେ କିନ୍ତୁ ବର୍ତ୍ତମାନ ସଲିମ ଖାନ ଅଭିନେତାଙ୍କୁ ବିବାହ ନକରିବାର ବଡ କାରଣ କହିଛନ୍ତି। କ୍ୟାରିୟର ଆରମ୍ଭରେ ସଲମାନ ଖାନ ଅନେକ ଅଭିନେତ୍ରୀଙ୍କ ସହ ସମ୍ପର୍କ ରଖିଥିଲେ। ବିଶେଷକରି ସଂଗୀତା ବିଜଲାନି ସେହି ଅଭିନେତ୍ରୀ ଥିଲେ ଯାହାଙ୍କ ସହ ତାଙ୍କ ବିବାହ କାର୍ଡ ମଧ୍ୟ ବଣ୍ଟା ସରିଥିଲା । କିନ୍ତୁ ସଲମାନ ମଧ୍ୟ ତାଙ୍କୁ ବିବାହ କରିପାରିନଥିଲେ। ସଲମାନ ଭନସାଲୀଙ୍କ ଫିଲ୍ମ ନନ୍ଦିନୀ ଅର୍ଥାତ୍ ଏଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ବହୁତ ଭଲ ପାଉଥିଲେ। ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ହମ ଦିଲ ଦେ ଚୁକେ ସାନମଙ୍କ ସହ ଉଭୟଙ୍କ ନିକଟତରତା ବଢିବାରେ ଲାଗିଲା। କିନ୍ତୁ ସେମାନଙ୍କ ସମ୍ପର୍କ ମଧ୍ୟ ବିଫଳ ହୋଇଥିଲା।
ସଲମାନଙ୍କୁ ବିବାହ ବିଷୟରେ ପ୍ରାୟତଃ ପଚରାଯାଇ ଥିଲା ଏବଂ ସେ ତାଙ୍କ ସାକ୍ଷାତକାରରେ ଅନେକ ଥର କହିଛନ୍ତି ଯେ ବିବାହ ଏକ ବଡ କଥା ହୋଇଗଲାଣି । କାହାକୁ ବିବାହ କରିବା ପାଇଁ ଆପଣଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ଏବଂ ମୁଁ ଏହା ଦେଇ ପାରିବି ନାହିଁ । ଏହି କାରଣରୁ ମୁଁ ଏପର୍ଯ୍ୟନ୍ତ ଅବିବାହିତ ଅଛି । ଯଦିଓ ଏହା ସତ୍ୟ କଥା ନୁହେଁ ।
ସଲମାନ ଖାନ ବିବାହ ନକରିବାର ମୁଖ୍ୟ କାରଣ ପ୍ରକାଶ କରିଛନ୍ତି। ଇନଷ୍ଟାଗ୍ରାମର ନାଜିଆ ପଟେଲ ନାମକ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସଲିମ ଖାନ ସଲମାନଙ୍କ ବିଷୟରେ କହିଛନ୍ତି ସେ ସହଜରେ ସମ୍ପର୍କକୁ ଯାଆନ୍ତି। କିନ୍ତୁ ସେ ବିବାହ କରିବାକୁ ସାହସ କରନ୍ତି ନାହିଁ। ସେ ଅତି ସରଳ ପ୍ରକୃତିର । ସେ ଆକର୍ଷିତ ହୋଇଥିଲେ କିନ୍ତୁ ସେ ସବୁବେଳେ ପ୍ରଶ୍ନ କରନ୍ତି ଯେ ଏହି ଝିଅଟି ତାଙ୍କ ମା ପରି ପରିବାର ଚଳାଇବାରେ ସକ୍ଷମ ହେବ କି ନାହିଁ ।ସଲିମ ଖାନ କହିଛନ୍ତି ଯେ ସେ ଚାହୁଁଛନ୍ତି ଯେ ସେ ଯେଉଁ ଝିଅକୁ ବିବାହ କରିବେ ସେ ତାଙ୍କ ସ୍ୱାମୀ ଏବଂ ପିଲାମାନଙ୍କ ପାଇଁ ତାଙ୍କ ମାଆଙ୍କ ଭଳି କାମ କରିବା ଉଚିତ୍। ସେ ନିଜ ପିଲାମାନଙ୍କ ପାଇଁ ଖାଦ୍ୟ ରାନ୍ଧିବା ଉଚିତ୍ ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଭୁବନେଶ୍ୱର: ବଙ୍ଗୋପସାଗରରେ ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପ୍ରଭାବରେ ୨୬ ରୁ ବଢିବ ବର୍ଷା। କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆଲର୍ଟ। ଆସନ୍ତା ୫ ଦିନ ବର୍ଷା ହେବ। ୪୮ ଘଂଟା ଯାଏଁ ହାଲୁକା ବର୍ଷା ହେବ। ୨୬ ରୁ ୨୮ କିଛି ସ୍ଥାନରେ ପ୍ରବଳ ବର୍ଷା ସହ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଆସନ୍ତା ତିନି ଦିନ ଉପକୂଳ, ଦକ୍ଷିଣ ଅଭ୍ୟନ୍ତରୀଣ, ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶlରେ ବିଜୁଳି ଘଡଘଡି ସହ ୩୦ ରୁ ୪୦କିମି ବେଗରେ ପବନ ବହିବା ପରେ, ଏହାକୁ ନଜରରେ ରଖିବା ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି ।
ଯଦିଓ ସାରା ରାଜ୍ୟ କୁ ମୌସୁମି ଛୁଇଁ ସାରିଛି l ୬ ଜିଲ୍ଲାରେ ସ୍ୱାଭିକ ବର୍ଷା ରେକର୍ଡ କାରାଯାଇଥିବା ବେଳେ ୨୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି lଆଜି ସୁଦ୍ଧା ୧୫୪.୬ ମିଳିମିଟର ବର୍ଷା ହବାକୁ ଥିବାବେଳେ ହେଇଛି ୯୧.୮ ମିଲି ମିଟର l ୪୧ ପ୍ରତିଶତ କାମ ବର୍ଷା ହେଇଛି।ଆଗକୁ ବଡ ବର୍ଷା ହାବକୁ ଥିବା ବେଳେ ଏହାର ପରିମାଣ କମି ପରେ ବୋଲି ଅନୁମାନ କରିଛି ପାଣିପାଗ କେନ୍ଦ୍ର।
ଅଧିକ ପଢନ୍ତୁ ଓଡ଼ିଶା ଖବର