ଅର୍ଗସ ବ୍ୟୁରୋ : ଧନୀ ଗାଁ । ଏହି ଗାଁରେ ପ୍ରତ୍ୟେକ ପରିବାରର ବାର୍ଷିକ ଆୟ ପ୍ରାୟ ୧ କୋଟିରୁ ଅଧିକ । ଏକଥା ଶୁଣିବା ପରେ ଆପଣଙ୍କୁ କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, କିନ୍ତୁ ଏହା ସମୂର୍ଣ୍ଣ ସତ । କାରଣ ଆଶ୍ଚର୍ଯ୍ୟର କଥା, ଏହି ଗାଁର ଲୋକେ କୌଣସି ବିରାଟ ବଡ କମ୍ପାନୀର ମାଲିକ ନୁହନ୍ତି, କି କୌଣସି ଭଲ ଚାକିରି କରି ନାହାନ୍ତି । କେବଳ କ୍ଷେତରେ ଚାଷ କରି ନିଜ ପରିଶ୍ରମ ବଳରେ ସେମାନେ କୋଟିପତି ହୋଇଛନ୍ତି । ଏହି ଗାଁରେ ଅତ୍ୟନ୍ତ ଉନ୍ନତମାନର ସେଓ ଉତ୍ପାଦନ କରାଯାଏ । ପ୍ରତିବର୍ଷ ୧୭୫ କୋଟିର ସେଓ ବିଶ୍ବର ଅନେକ ଦେଶକୁ ବିକା ଯାଇଥାଏ । ଯାହାଦ୍ବାରା ସେଠାରେ ପ୍ରତ୍ୟେକ ଚାଷୀ କୋଟି କୋଟି ଟଙ୍କା ଆୟ କରିଥାନ୍ତି ।
ହିମାଚଳ ପ୍ରଦେଶ ରାଜଧାନୀ ସିମଲାଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁ । ଗାଁରେ ରୁହନ୍ତି ପ୍ରାୟ ୨୩୦ ପରିବାର । ୧୯୫୩ ମସିହାରୁ ଏହି ଗାଁରେ ସେଓ ଚାଷ ଆରମ୍ଭ କରାଯାଇଥିଲା । ଏହି ସେଓର ଏତେ ଭଲ ଥିଲା ଯେ ନେବା ଲାଗି ଗ୍ରାହକଙ୍କ ଲାଗୁଥିବା ପ୍ରବଳ ଭିଡ଼ । ଯାହା ଏଠାକାର ଚାଷୀ ପରିବାରଙ୍କ ଭାଗ୍ୟ ବଦଳାଇ ଦେଇଥିଲା । ଏହାପରେ ସେମାନେ ପ୍ରତିବର୍ଷ ପରିଶ୍ରମ କରି ସେଓ ଉତ୍ପାଦନ କରିଥିଲେ ଏବଂ ଏହାକୁ ବିକ୍ରି କରି ଲାଭବାନ ହୋଇଥିଲେ ।
ଏହି ଗାଁ ତଥା ଏଠାକାର କ୍ଷେତବାଡିକୁ ଦେଖିବା ପାଇଁ ବାହାରର ଅନେକ ପର୍ଯ୍ୟଟକ ଆସିଥାନ୍ତି । ହେଲେ ଏଠାରେ ଚାଷ କରି ଏତେ ବଡ ଆଲିଶାନ ଘର ସହ, ଦାମୀ ଗାଡି ସୌଖୀନ ଜୀବନ ବିତାଉଥିବା ଜାଣିବା ପରେ ଖୁବ ଆଶ୍ଚର୍ଯ୍ୟ ହୁଅନ୍ତି ।