କତ୍ତୁରୁ ଗାଁ ନିକଟରେ ପଡିଆରେ ଜଣେ ଅଜଣା ବୃଦ୍ଧଙ୍କର ଶବ ପଡି ରହିଥିଲା । ମହିଳା ସବ ଇନ୍ସପେକ୍ଟର ଘଟଣାସ୍ଥଳରେ ପହଞ୍ଚିବା ପରେ ଶବ ଉଠାଇବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ । କିନ୍ତୁ କେହି ସହଯୋଗର ହାତ ବଢାଇବାକୁ ମନା କରି ଦେଇଥିଲେ ।
ପରେ ସେହି ରାସ୍ତା ଦେଇ ଯାଉଥିବା ଦୁଇ ଜଣ ଲୋକଙ୍କ ସହାୟତାରେ ଶବଟିକୁ ନିଜେ କାନ୍ଧରେ ଦୁଇ କିମି ବୋହି ନେଇଥିଲେ । ଅନ୍ତିମ ସଂସ୍କାର ପାଇଁ ଲଳିତା ନାମକ ଚାରିଟେବଲ ଟ୍ରଷ୍ଟକୁ ଶବଟିକୁ ହସ୍ତାନ୍ତର କରିଥିଲେ । ତେବେ ମହିଳା ସବଇନ୍ସପେକ୍ଟରଙ୍କ ଏଭଳି କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।