ରାଜନୀତି ନୁହେଁ, ଦେଶ ଆମ ପାଇଁ ପ୍ରାଥମିକତା, ଆଗାମୀ 3 ବର୍ଷ ଭିତରେ ଭାରତ ବିଶ୍ବର ତୃତୀୟ ବଡ଼ ଅର୍ଥନୀତି ହେବାକୁ ଯାଉଛି । 9 ବର୍ଷ ଭିତରେ 11ତମ ସ୍ଥାନରୁ ଅର୍ଥନୀତିକୁ ପଞ୍ଚମ ସ୍ଥାନରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି ମୋଦି ସରକାର । 2014, 2019ଠାରୁ ଏବେ ଓଡ଼ିଶା ସମେତ ସାରା ଦେଶରେ ଲୋକଙ୍କ ଉତ୍ସାହ ବଢିଛି । ପ୍ରଧାନମନ୍ତ୍ରୀଙ୍କ 400 ପାର୍ ଲକ୍ଷ୍ୟ ପୂରଣ କରିବାକୁ ସଂକଳ୍ପ ନେବାକୁ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ରାଜନାଥ ସିଂହ ।
ପୂର୍ବରୁ ୟୁପିଏ ସରକାର ଓଡ଼ିଶା ସହ ସଉତୁଣୀ ଭଳି ବ୍ୟବହାର କରୁଥିଲା । କଂଗ୍ରେସ ସମୟରେ ବଡ଼ ବଡ଼ ପ୍ରକଳ୍ପର କେବଳ ଶିଳାନ୍ୟାସ ହେଉଥିଲା, ହେଲେ ଉଦ୍ଘାଟନ ହେଉନଥିଲା । କିନ୍ତୁ ବିଜେପି ଯେଉଁ ପ୍ରତିଶ୍ରୁତି ଦିଏ, ତାହା ପୂରଣ କରେ । ଏକଥା ଦେଶବାସୀଙ୍କୁ ଅଛପା ନାହିଁ । ୟୁପିଏ ସରକାର 10 ବର୍ଷରେ ଓଡ଼ିଶାକୁ 3 ଲକ୍ଷ କୋଟି ଦେଇଥିଲା । 9 ବର୍ଷରେ ମୋଦି ସରକାର ଓଡ଼ିଶାକୁ 18 ଲକ୍ଷ କୋଟି ଦେଇଛନ୍ତି ।
ରାଜ୍ୟର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ନିହାତି ଦରକାର। କେବଳ ଲୋକସଭା ନୁହେଁ, ବିଧାନସଭାରେ ବି ଆମକୁ ସଫଳତା ମିଳିବ। ଏଠାରେ ବି ଡବଲ ଇଞ୍ଜନ ସରକାର କରିବୁ ବୋଲି ଦାବି କରିଛନ୍ତି ରାଜନାଥ । ଦିନିକିଆ ଓଡ଼ିଶା ଗସ୍ତରେ ପ୍ରଥମେ ନବରଙ୍ଗପୁରରେ ଲୋକସଭା ଓ ବିଧାନସଭାସ୍ତରୀୟ ନିର୍ବାଚନୀ ବୈଠକରେ ସାମିଲ୍ ହେବା ପରେ ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ବିବେକ ବିହାର ପଡ଼ିଆରେ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ । ଏହାପରେ ଅପରାହ୍ନରେ ବାରିପଦା ଛଉ ପଡ଼ିଆରେ ଆୟୋଜିତ ଜନସଭାରେ ଯୋଗଦେଇ କର୍ମୀଙ୍କ ମନୋବଳ ବଢାଇଛନ୍ତି ରାଜନାଥ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର