ଏହି ଘଟଣାରେ ଦୁଇ ଜଣ ଙ୍କୁ ଅଭିଯୁକ୍ତ ମୃତକଙ୍କ ସ୍ୱାମୀ ଅଲେଖ ଚନ୍ଦ୍ର ବେହେରା ଓ ସମ୍ପର୍କୀୟ ନାତି ତଥା ଗ୍ରାମର ତ୍ରିଲୋଚନ ବେହେରାଙ୍କ ପୁଅ ବାଦଲ ବେହେରାଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇ ଥିଲା। ଅଭିଯୁକ୍ତ ପୋଲିସ ଆଗରେ ହତ୍ୟାକାଣ୍ଡ କରି ବିଦ୍ୟାଳୟ ଶୌଚାଳୟ ମଧ୍ୟରେ ପକାଇଥିବା ମାନିବା ପରେ ପୋଲିସ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି ଘଟଣାସ୍ଥଳ କୁ ନେଇ ସିନରିକ୍ରେଶନ କରିଥିଲା। ଆଜି ଦୁଇ ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରି ପାରିବାରିକ କଳହ କୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ଘଟିଥିବା ବିଞ୍ଝାରପୁର ଥାନା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କା। ଏହି ସାମ୍ବାଦିକ ସମ୍ମିଳନୀ ରେ ବିଞ୍ଝାରପୁର ଥାନା ଅଧିକାରିଣୀ ଅଂଶୁମାଳା ଦାସ ଉପସ୍ଥିତ ଥିଲେ।
ଅଧିକ ପଢନ୍ତୁ ଓଡ଼ିଶା ଖବର