ଜଳଚର ପ୍ରାଣୀଙ୍କ ସହିତ ମଣିଷ ସମସ୍ତେ ଏହା ଦ୍ଵାରା କ୍ଷତିଗ୍ରସ୍ତ ହୋଇଛନ୍ତି। IIT madras ଏହାର ଡିଜାଇନ୍ କରିଥିବା ବେଳେ କାହିଁକି ବାରମ୍ବାର ଏଭଳି ଦୁର୍ଘଟଣା ହେଉଛି ଏହାର ତଦନ୍ତ ହେବ ଆବଶ୍ୟକ। OPGC ଡିଜାଇନ୍ ଅନୁଯାୟୀ କାର୍ଯ୍ୟ କରିନାହିଁ। ଅତି ନିମ୍ନମାନର କାର୍ଯ୍ୟ କରିଥିବା ସାଂସଦ ସୁରେଶ ପୂଜାରୀ ଅଭିଯୋଗ କରିଛନ୍ତି। ନିୟମ ଉଲ୍ଲଙ୍ଘନ କରାଯାଇଛି। ପୋଖରୀରେ ଯେତିକି କ୍ଷମତା ତା ଠୁ ଅଧିକ ପାଉଁଶ ପଶିଲା ଯାହା ଫଳରେ ଏପରି ଘଟଣା ଘଟିଲା। ତେବେ ଏହାର ତଦନ୍ତ କେନ୍ଦ୍ର ଜଲଶକ୍ତି, ପରିବେଶ ମନ୍ତ୍ରଣାଳୟ , ଶକ୍ତି ମନ୍ତ୍ରାଳୟ କରନ୍ତୁ। ରାଜ୍ୟ ସରକାରଙ୍କୁ କୈଫୟତ ମଗାଯାଉ। ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର କ୍ଷତିପୂରଣ ଦିଆଯାଉ ବୋଲି ସୁରେଶ ପୂଜାରୀ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର