ରାଜ୍ୟରେ ମହିଳା ହିଂସା ଏବଂ ମହିଳା ବିରୋଧୀ ଅପରାଧ ଆଶାତୀତ ଭାବେ ବଢିଛି । ଏନ୍ସିଆର୍ବି ରିପୋର୍ଟ ଅନୁସାରେ ଓଡିଶାରେ ୨୦୨୧ରେ ୧ଲକ୍ଷ ୫୫ହଜାର ୪୨୦ ଅପରାଧିକ ମାମଲା ରୁଜୁ ହୋଇଥିଲାବେଳେ ୨୦୨୨ରେ ଏହା ବଢ଼ି ୧ଲକ୍ଷ ୭୮ହଜାର ୧୯୦ରେ ପହଁଚିଛି । ଜନସଂଖ୍ୟା ଦୃଷ୍ଟିରୁ ମହିଳା ବିରୋଧୀ ହିଂସାରେ ଓଡିଶା ଦେଶର ୧ନଂ ରାଜ୍ୟ । ରାଜ୍ୟରେ ଘରୋଇ ମହିଳାଙ୍କ ଆତ୍ମହତ୍ୟା ହାର ୬୧୩% ବଢ଼ିଛି। ଏହି ସଂଖ୍ୟା ୨୦୨୨ରେ ୩୧୭ ଥିବାବେଳେ ୨୦୨୩ରେ ୨୬୯୧ ଛୁଇଁଛି । ଓଡ଼ିଶାରେ ମହିଳାଙ୍କ ପ୍ରତି ଅପରାଧରେ ଦଣ୍ଡବିଧାନ ହାର ମାତ୍ର ୮% । ମହିଳାଙ୍କୁ ଦୁଷ୍କର୍ମ, ହତ୍ୟା, ଅପହରଣରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ ଓ ବିଧାୟକ ଲିପ୍ତ ଥିଲେ ବି ଏଯାଏଁ ସେମାନେ ଦଣ୍ଡିତ ହୋଇନାହାନ୍ତି ।
ସବୁଠାରୁ ଚିନ୍ତାଜନକ କଥା ହେଲା କନ୍ୟା ଭ୍ରୁଣ ହତ୍ୟାକୁ ରୋକିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ବେଆଇନ ଭାବେ ଲିଙ୍ଗ ନିରୂପଣ କରାଯାଇ କନ୍ୟା ଭ୍ରୁଣ ହତ୍ୟା କରାଯାଉଛି। ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତି ଓ ସଚେତନତା ଅଭାବରୁ ରାଜ୍ୟରେ ମହିଳାଙ୍କ ସଂଖ୍ୟା ହ୍ରାସ ପାଉଛି। ରାଜ୍ୟରେ କେତେ ମହିଳା ଓ ଶିଶୁ ନିଖୋଜ ହୋଇଛନ୍ତି, ମହିଳା ଓ ଶିଶୁ ସୁରକ୍ଷା ପାଇଁ କେଉଁ ଯୋଜନା ମାଧ୍ୟମରେ କ’ଣ ସୁଫଳ ମିଳିଛି ତାହା ନବୀନ ବାବୁ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି ବିଜେପି।
ଅଧିକ ପଢ଼ନ୍ତୁ ଓଡିଶା ଖବର: