ଅଧିକ ପଢନ୍ତୁ ଓଡିଶା ଖବର
ନିକଟ କୁ ଲାଗିଥିବା ପଡୋଶୀ ରାଜ୍ୟ ଛତିଶ ଗଢ଼ ର ଦୁଇ ଜଣ ହୋଇ ପାରନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଏମାନେ ଦୁହେଁ ପରସ୍ପର କୁ ଭଲ ପାଇ ଥିଲେ କୌଣସି କାରଣ ରୁ ଦୁହେଁ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ପୋଲିସ ତଦନ୍ତ ପରେ ଜଣା ପଡିବ ଏମାନେ କେଉଁଠାର ଓ କିଏ, କାହିଁକି ଏପରି କଲେ ତାହା ସ୍ପଷ୍ଟ ଚିତ୍ର ଜଣା ପଡି ନାହି l ତେବେ ପଡିଆ ଥାନା ଅଞ୍ଚଳରେ ଲଗାତାର ହତ୍ୟା, ଆତ୍ମହତ୍ୟା ଭଲି କ୍ରାଇମ୍ ବୃଦ୍ଧି ପାଉଥିବା ବେଳେ ପୋଲିସ ରୋକ୍ ଲଗାଇବାରେ ବିଫଳ ହୋଇଛି l ଏକ ସପ୍ତାହ ମଧ୍ୟରେ ପଡିଆ ଗ୍ରାମ ର ସ୍ବାମୀ ସ୍ତ୍ରୀ ଗଳାକାଟି ହତ୍ୟା କାଣ୍ଡ, ବାପନପଲ୍ଲୀ ଆଦର୍ଶ ବିଦ୍ୟାଳୟ ର ରାତ୍ରୀ ଜଗୁଆଳୀ ରଶି ଲାଗାଇ ଆତ୍ମହତ୍ୟା,ପାଲା ଗୁଡା ବିଜେପି କର୍ମୀ କୁ ଗଳା କାଟି ଜମିରେ ଫିଙ୍ଗିବା ଘଟଣା ଚର୍ଚ୍ଚl ନଥମୁନୂ ପୁଣି ଗତ କାଲି ପ୍ରେମୀଯୁଗଳ ଙ୍କ ଆତ୍ମହତ୍ଯା ପୁଲିସ କୁ ଚିନ୍ତା ରେ ପକାଇଛି l ଆଜି ପୁଲିସ ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିବ ବୋଲି ଥାନା ପକ୍ଷରୁ ଜଣା ପଡିଛି l