ଖୁବ୍ ଶୀଘ୍ର ରାଜ୍ୟରେ କୃଷକ ସମୃଦ୍ଧ ଯୋଜନା ଲାଗୁ କରିବାକୁ ଯାଉଛି ବିଜେପି ସରକାର । ଯେଉଁଥିରେ କୃଷି ଓ କୃଷକଙ୍କ ସମୃଦ୍ଧି ପାଇଁ 4ଟି ଦିଗ ଉପରେ ପ୍ରାଧାନ୍ୟ ଦିଆଯିବ । ଜଳସେଚନ, ଶୀତଳ ଭଣ୍ଡାର, କୃଷି ଆଧୁନିକୀକରଣ, ଚାଷୀଙ୍କ ପାଇଁ ବଜାର ବ୍ୟବସ୍ଥା । ତେବେ କୃଷି ସମୃଦ୍ଧି ଯୋଜନା ଆସିବା ପରେ କୃଷକଙ୍କ ସମସ୍ୟାର ସମାଧାନ ହେବ ବୋଲି ଲୋକଙ୍କ ଆଶା। ସବୁ ବ୍ଲକରେ ଶୀତଳ ଭଣ୍ଡାର କରିବାକୁ 2014ରେ ନିଜ ଇସ୍ତାହାରରେ କହିଥିଲା ବିଜେଡି। ହେଲେ 2019 ଯାଇ 24 ନିର୍ବାଚନ ଗଲା ହେଲେ କହିଥିବା କଥା ରଖିପାରିଲାନି ବିଜେଡି ସରକାର।
314 ବ୍ଲକ ତ ଦୁର କଥା ରାଜ୍ୟରେ ଥିବା 133 ଶୀତଳଭଣ୍ଡାରରୁ 97 ଅଚଳ.. 36ଟି କାର୍ଯ୍ୟକ୍ଷମ ଥିବା ବିଧାନସଭାରେ କହିଛନ୍ତି ପୂର୍ବତନ କୃଷି ମନ୍ତ୍ରୀ...ଗୋଟିଏ ପଟେ ଶୀତଳ ଭଣ୍ଡାର ଅଭାବ ଅନ୍ୟପଟେ ଉତ୍ପାଦନ ବେଳେ ଅଭାବି ବିକ୍ରି। ଆଉ ଏହାର ପରିଣାମ ଭୋଗୁଛି ଚାଷୀ। ଆପଣଙ୍କ ସାମନାରେ ଦୁଇଟି ଚିତ୍ର ଗୋଟିଏ ବରଗଡର ଅନ୍ୟଟି କେନ୍ଦୁଝରର। ବଜାର ସୁବିଧା ନଥିବାରୁ କୋବି ବିଲରେ ବନ୍ଧାକୋବିକୁ ଟ୍ରାକ୍ଟର ଚଢାଇ ନଷ୍ଟ କରୁଛି ଚାଷୀ। ଆଉ ଟମାଟୋ ଅଭାବିବିକ୍ରିର ଅଭିନବ ପ୍ରତିବାଦ କରୁଛି ଚାଷୀ। କୃଷି କାର୍ଯ୍ୟାଳୟ ଆଗରେ ଢାଳୁଛି ଝାଳବୁହା ଫସଲ। ଆଳୁ, ପିଆଜ ଉତ୍ପାଦନ ବୃଦ୍ଦି ପାଇଁ ବିଜେଡି ସରକାର କରିଥିବା ଉଭୟ ଆଳୁ ଓ ପିଆଜ ମିଶନ ଫେଲ ମାରିଥିଲା। ତେବେ ଲୋକଙ୍କ ଆଶା କୃଷି ସମୃଦ୍ଦି ଯୋଜନା ଆସିବା ପରେ 24 ବର୍ଷରେ ଯାହା ସମ୍ଭବ ହୋଇନଥିଲା ଏ 5 ବର୍ଷରେ ସମ୍ଭବ ହେବ ।
ଅଧିକ ପଢନ୍ତୁ ଓଡିଶା ଖବର