ରାଜ୍ୟ ସରକାର ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ କରିଥିବା ବେଳେ ଶ୍ରୀମନ୍ଦିର ପରିଚାଳନା କମିଟିର ନୀରବତା ନେଇ ଉଠିଛି ପ୍ରଶ୍ନ। ଦୁଇ ଦୁଇଟି ଦାୟିତ୍ବରେ ରହି ସେ ଚଳିତ ବର୍ଷ କିଭଳି ରଥଯାତ୍ରା ପରିଚାଳନା କରିବେ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ଦଇତାପତି ସେବାୟତ। ଶ୍ରୀମନ୍ଦିରକୁ ନେଇ ବାରମ୍ବାର ବିବାଦୀୟ ହୋଇଛନ୍ତି ରାଜ୍ୟ ସରକାର। ବିଜେଡି ସରାକରଙ୍କ ଭୂମିକା ଯୋଗୁଁ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବନା ବହୁ ବାର ଆଘାତ ପାଇଛି। ନବକଳେବର ସମୟରେ ବ୍ରହ୍ମ ବିଭ୍ରାଟକୁ ନେଇ ରାଜ୍ୟ ସରକାରଙ୍କ ଭୂମିକା ବିବାଦୀୟ ହୋଇଥିଲା। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ ଅର୍ପଣ ରଥ ନାଁରେ ମହାପ୍ରଭୁଙ୍କୁ ଅଟୋ ଡାଲାରେ ବସାଇ ଗୁଆ ଚାଉଳ ସଂଗ୍ରହ କରି ନିନ୍ଦିତ ଓ ସମାଲୋଚିତ ହୋଇଥିଲେ ବିଜେଡି ସରକାର।
ଏହା ବ୍ୟତୀତ ଚାରି ଦ୍ବାର ଖୋଲା ହେଉ କିମ୍ବା ରତ୍ନ ଗଣତି ପ୍ରସଙ୍ଗ ସବୁଥିରେ ବିବାଦ ଘେରରେ ନବୀନ ସରକାର। ନୟମିତ ବ୍ୟବଧାନରେ ଭିତର ରତ୍ନ ଭଣ୍ଡାର ଖୋଲାଯାଇ ଗଣତି ମଣତି କରାଯିବାର ନିୟମ ଥିଲେ ବି 45 ବର୍ଷ ଧରି ଏହା କରାଯାଇନାହିଁ। ଗତ 23 ବର୍ଷ ଧରି ଶାସନରେ ଥିଲେ ମଧ୍ୟ ବିଜେଡି ସରକାର ବିଭିନ୍ନ ବାହାନା ଦେଖାଇ ରତ୍ନ ଗଣତି ପ୍ରସଙ୍ଗକୁ ଏଡ଼ାଇ ଚାଲିଛନ୍ତି। ଏପରିକି ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଚାବି ହଜିବା ବାହାନା କରି ରତ୍ନ ଭଣ୍ଡାର ଖୋଲି ନାହାନ୍ତି ରାଜ୍ୟ ସରକାର। ଏବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତି ଶ୍ରୀମନ୍ଦିର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତି ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ପୁଣି ଉଜାଗର କରିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର