ଖଡିଆ କଲୋନୀରେ ରୁହନ୍ତି 32ପରିବାର। ଦୀର୍ଘ ବର୍ଷ ହେବ କଲୋନୀରେ ସରକାର ଙ୍କ ତରଫରୁ ଆଜେଷବେଷ୍ଟର ଘର ଦିଆଯାଇଥିଲା, ଯାହାକି ଏବେ ପ୍ରାୟ ଭାଙ୍ଗି ଗଲାଣି, କଲୋନି ଭିତର ରାସ୍ତା ନଷ୍ଟ ହୋଇଯାଇଛି, କଲୋନୀରେ ପାନୀୟ ଜଳର ମଧ୍ୟ୍ ସମସ୍ୟା ରହିଛି, ଗୋଟିଏ ଗଭୀର ନଳକୂପ ସେ ବି ଦୀର୍ଘ ବର୍ଷ ହେବ ନଷ୍ଟ ହୋଇଯାଇଛି, କେନ୍ଦୁମୁଣ୍ଡି ନିକଟ ହାଟ ପଡିଆରେ ଏକ ବସୁଧା ଯୋଜନାରେ ସମସ୍ତଙ୍କ ପାଇଁ ପିଇବା ପାଣି ପାଇବା ପାଇଁ ଉଚ୍ଚ ପାଣିଟାଙ୍କି ନିର୍ମାଣ ହୋଇଛି ହେଲେ ଆସୁନି ପାଣି ।
ସରକାର ସିନା ଜଙ୍ଗଲରୁ ଆଣି କଲୋନୀରେ ରଖିଲେ ହେଲେ ରୋଜଗାରର ବ୍ୟବସ୍ଥା କଲେନି, ଯେଉଁ ଘର ଦେଲେ ସେ ଜାଗାରେ ରହୁଥିବା ଲୋକଙ୍କ ନାମରେ ଜାଗାର ପଟା କଲେନି, ଲୋକଙ୍କ ନାମରେ ପଟା ନଥିବାରୁ ଛୁଆଙ୍କ ପାଠ ପଢାଇବାରେ ବହୁ ଅସୁବିଧାର ସମୁଖୀନ ହେବାକୁ ପଡୁଛି । ଏବେ ସହାୟତା ଭାବେ ମିଳୁଛି କେବଳ ଚାଉଳ। ଦୁର୍ଦଶାରେ ଖଡିଆ, ମାଙ୍କଡ଼ିଆ ବସ୍ତି। ଅଭିଶପ୍ତ ଜୀବନ ବିତାଉଛନ୍ତି ଖଡିଆ କଲୋନୀରେ 32ପରିବାର। ଏପଟେ ପ୍ରଶାସନ କେବଳ ଥଇଥାନ କରି ଦେଇ ଖୁସି।
ଅଧିକ ପଢ଼ନ୍ତୁ ଓଡିଶା ଖବର: